X
Breaking News
  • ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ ବେଗୁନିଆ ଥାନା ଏସ୍‌ଆଇ ମହେନ୍ଦ୍ର ସେଠୀ ଆହତ
  • ଖୋର୍ଦ୍ଧା ବେଗୁନିଆ ଥାନାରେ ଲୋକଙ୍କ ଭଙ୍ଗାରୁଜା, ବିଧାୟକଙ୍କ ଗିରଫ ଦାବି ଜୋର୍‌ ଧରିଲା
  • କେନ୍ଦ୍ରାପଡ଼ାରେ 144 ଧାରା ଜାରି, ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ
ନ୍ୟୁଜ୍

ମାର୍କସିଟ୍ ଦେଖି ତାଜୁବ ସାରା ଓଡ଼ିଶା

baleswar matric pass

ବାଲେଶ୍ୱର: ପଢିବା ଆଗରେ ହାର ମାନିଲା ବୟସ । ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ, ଏହି କଥା ପ୍ରମାଣ କରି ଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲାର ଅରୁଣ । ନିଜ ପୁଅ ସହ ମାଟ୍ରିକ୍ ପରୀକ୍ଷା ଦେବାକୁ ପଛାଇ ନଥିଲେ ଅରୁଣ ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପୁଅ ସହ ମାଟ୍ରିକ ପାସ କରିଛନ୍ତି ବାପା । ମାଟ୍ରିକ ପରୀକ୍ଷାରେ ପାସ କରିବା ପାଇଁ ବାପା ଏବଂ ପୁଅ ନେଇଥିବା ସଂକଳ୍ପ ପୂରଣ କରିଛନ୍ତି । ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ କିଛି ସଂଭବ ଏଥିରୁ ପ୍ରମାଣିତ କରିଛନ୍ତି ଜଳେଶ୍ୱରର ବାପା ଏବଂ ପୁଅ । ବାପା ଅରୁଣ ବଜେଙ୍କୁ ୫୮ ବର୍ଷ ଓ ପୁଅ ବିଶ୍ୱଜିତଙ୍କୁ ୩୦ ବର୍ଷ ହୋଇଥିଲେ ମଧ୍ୟ ଇଚ୍ଛା ଶକ୍ତି ପାଖରେ ବୟସ ହାର ମାନିଛି । ଉଭୟେ ଜଳେଶ୍ୱର ଅଂଚଳର ଦାଗପୁଞ୍ଜିସ୍ଥିତ ଚୈତନ୍ୟ ଦେବ ମୁକ୍ତ ବିଦ୍ୟାଳୟରେ ପାଠ ପଢ଼ିଥିବା ବେଳେ ମନୋରଂଜନ ବିଦ୍ୟାଳୟରେ ପରୀକ୍ଷା ଦେଇଥିଲେ । ବାପା ପୁଅ ଦୁଇଜଣ ସମାନ ୩୪୨ ନମ୍ବର ମଧ୍ୟ ରଖିଛନ୍ତି । ପୂର୍ବରୁ ମାଟ୍ରିକ ପରୀକ୍ଷାରେ ବିଫଳ ହୋଇଥିବା ବାପ ପୁଅ ଶେଷରେ ପରୀକ୍ଷାରେ ସଫଳ ହେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଳହର ଖେଳିଯାଇଛି । ଅରୁଣ ବଜେ ଏବେ ବିଜେପି ଜିଲ୍ଲା ଉପ ସଭାପତି ଥିବା ବେଳେ ୨୦୧୪ରେ ବିଧାୟକ ପାଇଁ ନିର୍ବାଚନ ଲଢ଼ିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top