X
Breaking News
  • କେନ୍ଦ୍ରାପଡାରେ ଏନକାଉଣ୍ଟର
  • ଦୁର୍ଦ୍ଦାନ୍ତ ଅପରାଧୀ ଜୁଲୁ ଆହତ
ନ୍ୟୁଜ୍

‘ତପସ୍ୟା’ରୁ ଆରମ୍ଭ ‘ରାସ୍ତା’ରେ ଶେଷ, ପଢନ୍ତୁ କେମିତି ଥିଲା ଓଲିଉଡ ପିତାଙ୍କର ଲାଇଫ୍ ହିଷ୍ଟ୍ରି

debu bose

ଆରପାରିରେ ଓଲିଉଡ଼ର ବରିଷ୍ଠ ଅଭିନେତା ଦେବୁ ବୋଷ । ଦୀର୍ଘଦିନ ହେବ ଅସୁସ୍ଥ ହୋଇ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଦେବୁ ବୋଷ । ତେବେ ତାଙ୍କର ଦେହାନ୍ତରେ ଓଲିଉଡ ବାପ ଛେଉଣ୍ଡ ହୋଇଯାଇଛି । ବାପା ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟରେ ଛାଡିଯାଇଛନ୍ତି ସ୍ୱତନ୍ତ୍ର ଛାପ । ତାଙ୍କ ବିୟୋଗରେ ସାରା ଓଡିଶାରେ ଶୋକ ଖେଳିଯାଇଛି ।

ତେବେ ଦେବୁ  ବୋଷଙ୍କ ସିନେମା କ୍ୟାରିୟରକୁ ନେଇ ଜାଣନ୍ତୁ କିଛି ଅଜଣା କଥା  ।ସୁଦୀର୍ଘ କ୍ୟାରିୟର ଭିତରେ ଦେବୁ ବୋଷ ଅଧିକାଂଶ ଓଡ଼ିଆ ଛବିରେ ସମ୍ଭାନ୍ତ ବ୍ୟକ୍ତିଙ୍କ ଭୂମିକା ନିଭାଇଛନ୍ତି। ‘ସୁନା ଚଢ଼େଇ’ ତାଙ୍କ କ୍ୟାରିୟରର ଏକ ମାଇଲ ଖୁଣ୍ଟ । ଏକଥାକୁ ସବୁ ବେଳେ କହିଥାନ୍ତି ନିଜେ ଦେବୁ ବୋଷ । କେଶବ ରାଉତଙ୍କ ପ୍ରଯୋଜିତ ତଥା ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ‘ସୁନା ଚଢ଼େଇ’ ଫିଲ୍ମରେ ଦେବୁଙ୍କୁ ଧନାଢ଼୍ୟ ବ୍ୟକ୍ତିଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା । ‘ସୁନା ଚଢ଼େଇ’ର ପ୍ରଥମ ଭାଗରେ ଦେବୁଙ୍କୁ ଜଣେ ନାସ୍ତିକ ଏବଂ ଅହଂକାରୀ ଭୂମିକାରେ ଦେଖିବାକୁ ମିଳିଥିଲା ବେଳେ କ୍ଲାଇମାକ୍ସର ପାଖାପାଖି ସମୟରେ ସେ ବନି ଯାଇଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ।

Debu-Bose

ସୁନା ଚଢ଼େଇର ସଂକ୍ଷିପ୍ତ କାହାଣୀ

ପିତାଙ୍କ ବାରଣ ସତ୍ତ୍ୱେ ପୁଅ (ଉତ୍ତମ) ଜଣେ ମଧ୍ୟବିତ୍ତ ପରିବାର ଝିଅ (ଅର୍ଚ୍ଚନା ଜୋଗଲେକର)ଙ୍କୁ ବିବାହ କରିଥିଲେ। ଏହା ପରେ ପୁଅବୋହୂ ଅଲଗା ରହିଥିଲେ। ଘଟଣାକ୍ରମେ (ପିତା) ଦେବୁ ବୋଷ ରୋଗାକ୍ରାନ୍ତ ହୋଇ ଏକ ନସିଂ ହୋମରେ ଚିକିତ୍ସିତ ହୁଅନ୍ତି। ଆଉ ସେଠାରେ ତାଙ୍କ ବୋହୂଙ୍କ ସେବା ଶୁଶ୍ରୁଷା ଫଳରେ ସୁସ୍ଥ ହୋଇ ଘରକୁ ଫେରନ୍ତି। କିନ୍ତୁ ପରେ ବୋହୂ କ୍ୟାନସରରେ ପୀଡ଼ିତ ହୁଏ ।

ଏହା ଜଣା ପଡିବା ପରେ ଶ୍ୱଶୁର ଦେବୁ ବୋଷ ଜଗନ୍ନାଥଙ୍କୁ ଗୁହାରି କରିବା ଉଦ୍ଦେଶ୍ୟରେ ଖାଲି ପାଦରେ କଟକରୁ ଶ୍ରୀକ୍ଷେତ୍ର ପୁରୀକୁ ଯାଆନ୍ତି। ଏହି ଦୃଶ୍ୟକୁ ଅଧିକ ଜୀବନ୍ତ କରିବା ପାଇଁ ସିନେମାରେ ପିକଚରାଇଜ୍ ହୋଇଥିଲା ଏକ ଭାବୋଦ୍ଦୀପକ ଗୀତ ‘କାଳିଆ କାଳିଆ, କିଏ ଅଛି ଆଉ ତୋରି ଭଳିଆ’।  ‘ସୁନା ଚଢ଼େଇ’ ଫିଲ୍ମରେ ଦେବୁ ବୋଷଙ୍କ ଅଭିନୟ ବେଶ୍ ଚମତ୍କାର ଥିଲା ଯାହାକୁ ସିନେ ପ୍ରେମୀମାନେ ଆଜିବି ଦେଖି ଲୁହ ଝରାଇବାକୁ ବାଧ୍ୟ ହେଉଛନ୍ତି ।

Debu-Bose

ଦେବୁ ବୋଷଙ୍କ ଜୀବନୀ

ଓଡ଼ିଆ କଥାଚିତ୍ର ‘ତପସ୍ୟା’ରୁ କ୍ୟାରିଅର ଆରମ୍ଭ କରିଥିବା ଦେବୁ ବୋଷ ଅନେକ ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି । ଅଭିନୟ ବ୍ୟତିତ, ନୃତ୍ୟ କ୍ଷେତ୍ରରେ ମଧ୍ୟ ସେ ନିପୂଣ । ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ନୃତ୍ୟ ଶିକ୍ଷା ଗ୍ରହଣ କରିଥିବା ଦେବୁ ବୋଷ ଅନେକ ଓଡ଼ିଆ ସିନେମାରେ ନୃତ୍ୟ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଚଳଚ୍ଚିତ୍ର ବ୍ୟତିତ, ଦେବୁ ବୋଷ ‘ଦିଗନ୍ତ’ ନାମକ ନାଟ୍ୟ ଅନୁଷ୍ଠାନ ସହିତ ଜଡ଼ିତ ରହି ବହୁ ନାଟକରେ ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।

Debu-Bose

ଦେବୁ ବୋଷଙ୍କ ଫିଲ୍ମ

ରାସ୍ତା (୨୦୧୪), ଖାସ ତୁମରି ପାଇଁ (୨୦୧୪), ତୋ ବାଟ ଚାହିଁଛି ରାତି ସାରା (୨୦୧୪), ଗଡ଼ବଡ଼ (୨୦୧୩), ପ୍ରେମିକା (୨୦୧୩), ହାତ ଧରି ଚାଲୁଥା (୨୦୧୩),  ଅଶୋକ ସମ୍ରାଟ (୨୦୧୩), ନଈ ସେପାରୀ କନକ ଗୋରୀ (୨୦୧୩), ମ୍ୟାଟ୍ରିକ ଫେଲ (୨୦୧୨) , ତୋର ମୋର କଥା ହେବା ଚୁପ୍ ଚାପ୍ (୨୦୧୧) , ଆସିବୁ କେବେ ସାଜି ମୋ ରାଣୀ (୨୦୧୦) , ତୋର ମୋର ଯୋଡି ସୁନ୍ଦର (୨୦୧୦), ଡନ୍ (୨୦୧୦), ଆକଶେ କି ରଙ୍ଗ ଲାଗିଲା (୨୦୦୯), ଡ୍ରିମ ଗାର୍ଲ (୨୦୦୯), ଛାତି ଚିରି ଦେଲେ ତୁ (୨୦୦୮), ସତ୍ୟମେବ ଜୟତେ (୨୦୦୮), ସମୟ ହାତରେ ଡୋରି (୨୦୦୭), ଲାଲ ଟୁକଟୁକ ସାଧବ ବୋହୁ (୨୦୦୭), ଲକ୍ଷ୍ମୀ ପ୍ରତିମା (୨୦୦୭), ନାରୀ ନୁହେଁ ତୁ ନାରାୟଣୀ (୨୦୦୭), ଫେରିଆ ମୋ ସୁନା ଭଉଣି (୨୦୦୭), ପ୍ରେମ ଋତୁ ଆସିଲା ରେ (୨୦୦୬), ଆଇ ଲଭ ମାଇଁ ଇଣ୍ଡିଆ (୨୦୦୬), ଥ୍ୟାଙ୍କ ୟୁ ଭଗବାନ (୨୦୦୬), ଦେ ମା ଶକ୍ତି ଦେ (୨୦୦୬), ରକତେ ଲେଖିଚି ନାଁ (୨୦୦୬), ଶାଶୁଘର ଚାଲିଯିବି (୨୦୦୬), ପ୍ରିୟା ମୋ ପ୍ରିୟା (୨୦୦୫), ଅର୍ଜୁନ (୨୦୦୫), ପ୍ରଥମ ପ୍ରେମ (୨୦୦୫), ଟୋପାଏ ସିନ୍ଦୁର ଦି ଟୋପା ଲୁହ (୨୦୦୫), କଣ୍ଢେଇ ଆଖିରେ ଲୁହ (୨୦୦୪), ରଖିବ ଜଦି ସେ ମାରିବ କିଏ (୨୦୦୪), ସାଥିରେ (୨୦୦୪), ଅ ଆକାରେ ଆ (୨୦୦୪), ରଖିବ ଜଦି ସେ ମାରିବ କିଏ (୨୦୦୩), ସୁନା ସଂଖାଳି (୨୦୦୩), ସିନ୍ଦୂର ନୁହେଁ ଖେଳଘର (୨୦୦୨), ସେଇ ଝିଅଟି (୨୦୦୨), ସମୟ ଖେଳୁଚି ଚକାଭଉଁରୀ (୨୦୦୨), ବାବୁ ପର୍ଶୁରାମ (୨୦୦୦), କାଶିଆ କପିଳା (୨୦୦୦), ସୁନା ହରିଣୀ (୧୯୯୯), କଳ୍କି ଅବତାର (୧୯୯୯), ରାକ୍ଷି ଭିଜିଗଲା ଆଖି ଲୁହରେ (୧୯୯୯), ପୁଅ ଭାଙ୍ଗିଦେଲା ସୁନାସଂସାର (୧୯୯୯, )ସନ୍ତାନ (୧୯୯୮), ସିଂହବାହିନୀ (୧୯୯୮), ସୌଭଗ୍ୟବତି (୧୯୯୮), ସୁନା ପାଲିଙ୍କି (୧୯୯୮), ଗଙ୍ଗା ଯମୁନା (୧୯୯୭), ନାରି ବି ପିନ୍ଧିପାରେ ରକ୍ତସିନ୍ଦୁର (୧୯୯୭), ରାମ ଲକ୍ଷ୍ମଣ (୧୯୯୭), ପୁଅ ମୋର ଭୋଳାଶଙ୍କର (୧୯୯୬), ସୁହାଗ ସିନ୍ଦୁର (୧୯୯୬), କୁଳନନ୍ଦନ (୧୯୯୫), ମଣୀ ନାଗେଶ୍ଵରି (୧୯୯୫), ରଣଭୂମି (୧୯୯୫), ଅକୁହା କଥା (୧୯୯୪), ଗଢି ଜାଣିଲେ ଘର ସୁନ୍ଦର (୧୯୯୪), ରଖିଲେ ଶିବ ମାରିବ କିଏ (୧୯୯୪), ସାଗର ଗଙ୍ଗା (୧୯୯୪), ସୁନା ଭାଉଜ (୧୯୯୪), ଭାଗ୍ୟ ହାତେ ଡୋରି (୧୯୯୩), ମା ଜାହାର ସାହା (୧୯୯୨), କୋଟିଏ ମଣିଷ ଗୋଟିଏ ଜଗା (୧୯୯୧), ତୋ ବିନୁ ଅନ୍ୟଗତି ନାହିଁ (୧୯୯୧), ଚକାଡୋଳା କରୁଛି ଲିଳା (୧୯୯୦), ହିସାବ କରିବ କାଳିଆ (୧୯୯୦), ଠାକୁର ଅଛନ୍ତି ଚଉବାହାକୁ (୧୯୯୦), ବିଧିର ବିଧାନ (୧୯୮୯), ଆସୁଛି ମୋ କାଳିଆସୁନା (୧୯୮୯), ମମତାର ଡୋରି (୧୯୮୯), ବଡ଼ ଭାଉଜ (୧୯୮୮), ପୁଅ ମୋର କଳା ଠାକୁର (୧୯୮୮), ବଧୁ ନିରୁପମା (୧୯୮୭), ଭୁଲି ହୁଏନା (୧୯୮୭), ଏଇ ତ ଦୁନିଆଁ (୧୯୮୭), ସୁନା ଚଢ଼େଇ (୧୯୮୭), ସହରୀ ବାଘ (୧୯୮୫), ଗୃହଲକ୍ଷ୍ମୀ (୧୯୮୫), ଚକାଭଉଁରି (୧୯୮୫),  ଗଙ୍ଗଶିଉଳୀ (୧୯୮୪), କାବେରୀ (୧୯୮୩), ତପସ୍ୟା ୧୯୮୦

Click to comment

Leave a Reply

Your email address will not be published. Required fields are marked *

Most Popular

To Top