ନ୍ୟୁଜ୍

ଅଗ୍ରୀମ ସହାୟତା ରାଶି ଭାବେ ଓଡ଼ିଶାକୁ 5 ଶହ କୋଟି ଦେଲେ ମୋଦି

ଅର୍ଗସ ବ୍ୟୁରୋ : ଆଜି ବାତ୍ୟା ଅମ୍ଫାନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା ବୈଠକ କରିଛନ୍ତି। ଏହି ସମୀକ୍ଷା ବୈଠକରେ ମୋଦି ଓଡ଼ିଶାବାସୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ସେ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ଏହା ସହ ଓଡ଼ିଶାର କ୍ଷୟକ୍ଷତି ଭରଣ ପାଇଁ 5 ଶହ କୋଟି ସହାୟତା ରାଶି ଘୋଷଣା କରିଛନ୍ତି।

ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ଜନିତ କ୍ଷତି ପାଇଁ ଓଡ଼ିଶାକୁ 5 ଶହ କୋଟି ସହାୟତା ରାଶି ଘୋଷଣା କରିଛନ୍ତି। ଅଗ୍ରୀମ ସହାୟତା ରାଶି ଭାବେ ପ୍ରଧାନମନ୍ତ୍ରୀ ଏହି ରାଶି ଘୋଷଣା କରିଛନ୍ତି। ତେବେ ଏ ନେଇ ମୋଦି କହିଛନ୍ତି ଯେ, ଜୀବନ ବଞ୍ଚାଇବା ପାଇଁ ଲୋକମାନେ ସଙ୍ଘର୍ଷ ଜାରି ରଖିଛନ୍ତି। ଏଭଳି ସଙ୍କଟ ପୂର୍ଣ୍ଣ ଘଡ଼ିରେ 28 ମାସ ଧରି କେନ୍ଦ୍ର ସରକାର ହୁଅନ୍ତୁ କିମ୍ବା ରାଜ୍ୟ ସରକାର ସମସ୍ତ ବିଭାଗ ଏବଂ ସମସ୍ତ ନାଗରିକ କୋରୋନା ଭାଇରସ୍ ସହ ଲଢେଇ କରୁଛନ୍ତି। ଏଭଳି ସମୟରେ ମହାବାତ୍ୟା ଏକ ଚିନ୍ତାର ବିଷୟ ଥିଲା। କିନ୍ତୁ ଯେପରି ଭାବରେ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ବ୍ୟବସ୍ଥା ହୋଇଛି, ଏବଂ ଗ୍ରାମ ପର୍ଯ୍ୟନ୍ତ ଲୋକମାନଙ୍କୁ ସଚେତନ କରିବା ଦ୍ଵାରା ଏଠାରେ ଜୀବନ ବଞ୍ଚାଇବାରେ ବହୁତ ବଡ଼ ସଫଳତା ମିଳିଛି। ଏଥିପାଇଁ ଓଡ଼ିଶାର ନାଗରିକ, ଓଡ଼ିଶା ପ୍ରଶାସନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ସମ୍ପୂର୍ଣ୍ଣ ଟିମ୍ ଅଭିନନ୍ଦନର ଅଧିକାରୀ।

ଯେତେବେଳେ ଏତେ ବଡ଼ ପ୍ରାକୃତିକ ବିପର୍ଯୟ ଆସେ ସେତେବେଳେ ସମ୍ପତ୍ତି କ୍ଷୟକ୍ଷତି ହୁଏ। ପଶ୍ଚିମବଙ୍ଗ ତୁଳନାରେ ଓଡ଼ିଶାରେ ସେତେ କ୍ଷୟକ୍ଷତି ହୋଇନାହିଁ। ଏଥିପାଇଁ ଯେଉଁ କ୍ଷେତ୍ରରେ କ୍ଷତି ହୋଇଛି ତାହା ମୁଁ ଆକଳନ କରିଛି। ଏହାପରେ ରାଜ୍ୟ ସରକାର ଆକଳନ କରି ଏକ ରିପୋର୍ଟ ପ୍ରଦାନ କରିବେ। କେନ୍ଦ୍ରୀୟ ଟିମ୍ ମଧ୍ୟ କ୍ଷୟକ୍ଷତି ଆକଳନ ପାଇଁ ଆସିବେ। ଏବେ ଅଗ୍ରୀମ ସହାୟତା ରାଶି ଭାବେ ଓଡ଼ିଶାକୁ 5 ଶହ କୋଟି ସହାୟତା ରାଶି ଦିଆଯାଇଛି। ପରେ ସମ୍ପୂର୍ଣ୍ଣ ସର୍ଭେ ହେବା ପରେ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top