ନ୍ୟୁଜ୍

ଅତ୍ୟାବଶ୍ୟକ ଜିନିଷ ପରିବହନରେ କୈଣସି ବାଧାବିଘ୍ନ ନ ଉପୁଜିବା ଉପରେ ଧ୍ୟାନ ଦେବା ପାଇଁ କହିଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୋରୋନା ସ୍ଥିତି ନେଇ  ସମୀକ୍ଷା କରିଛନ୍ତି । ନିଜ ବାସଭବନରେ ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ କୋରୋନା ସ୍ଥିତି ଓ ଆଗାମୀ ମୁକାବିଲା ନେଇ ବିସ୍ତୃତ ଆଲୋଚନା କରିଛନ୍ତି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ପରିସଂଖ୍ୟାନ ଦୃଷ୍ଟିରୁ ରାଜ୍ୟର କୋରୋନା ରୋଗୀ ଙ୍କ ସଂଖ୍ୟା କମିଛି,ଯାହାକି ଆମ ପାଇଁ ଭଲ ସଂକେତ ଦେଉଛି ବୋଲି କହିଛନ୍ତି ।

ଏଥିପାଇଁ କାର୍ଯ୍ୟ କରିଥିବା କୋରୋନା ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ସାବାସି ଜଣାଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଅତ୍ୟାବଶ୍ୟକ ଜିନିଷ ପରିବହନ ରେ କୈଣସି ବାଧାବିଘ୍ନ ନ ଉପୁଜିବା ଉପରେ ଧ୍ୟାନ ଦେବା ପାଇଁ କହିଛନ୍ତି ।

 ବିଶେଷ କରି କୃଷିଯାତ ଦ୍ରବ୍ୟ ର କିଭଳି ଭାବରେ ପରିବହନ ସୁରୁଖୁରୁରେ ହୋଇପାରିବ ସେ ପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।ଏହାସହ ଘୋରୋଇ ହିସାଂ ଉପରେ କଡା ନଜର ଏବଂ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଅଭ୍ୟାସଗତ ଅପରାଧିଙ୍କ ଉପରେ କଡା ନଜର ରଖିବା ସହ ସେମାନଙ୍କୁ ସାବାଡ କରିବା ପାଇଁ ଡିଜିପି ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top