ରାଜ୍ୟ

 ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସହଜ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

bijepur election

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତାକଲି ରାତି 12ରୁ 21 ଦିନ ପାଇଁ ପୁରା ଦେଶ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ କୌଣସି ଅସୁବିଧା ନହେବା ପାଇଁ ଚିଠି ଲେଖିଛନ୍ତି ନବୀନ ।

ସବୁ ତନଖି ଫାଟକରେ ସବୁ ମାଲଗାଡି ଛାଡିବାକୁ ଅନୁମତି ପାଇଁ ସେ ଚିଠି ଲେଖିଛନ୍ତି । ରାଜ୍ୟ ରାଜ୍ୟ ମଧ୍ୟରେ ପରିବହନ ସେବାରେ କୌଣସି କଟକଣା ନ ରହିବା ସହ ଦୁର୍ନୀତି ଓ କଳାବଜାରୀ ରୋକିବାକୁ ଚେକଗେଟରେ ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

ଏପରି କରିବା ଦ୍ୱାରା ଲକ୍ ଡାଉନ୍ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସହଜ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top