ନ୍ୟୁଜ୍

ଅନଲାଇନରେ ଖାଦ୍ୟ ଓ ଦୁଆର ମୁହଁରେ ମିଳିବ ପରିବା

ଭୁବନେଶ୍ଵର : ଅନଲାଇନରେ ଖାଦ୍ୟ ଯୋଗାଇ ଦେବାକୁ ଏକ ଅନଲାଇନ ସଂସ୍ଥା ସ୍ୱିଗିକୁ ନିର୍ଦ୍ଦେଶ ଦେଲା ବିଏମସି । ସଂପ୍ରତ୍ତି ସମଗ୍ର ଦେଶରେ କୋଭିଡ-19 ପାଇଁ ଲକଡାଉନ ଘୋଷଣା ହୋଇଥିବାରୁ କୋରୋନା ସହ ଲଢେଇ କରୁଥିବା ତଥା ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଅନଲାଇନରେ ଖାଦ୍ୟ ଯୋଗାଇ ଦେବାକୁ ସ୍ୱିଗିକୁ ନିର୍ଦେଶ ଦେଇଛି ବିଏମସି । ଲକଡାଉନ ଯୋଗୁଁ ସବୁ ଦୋକାନବଜାର ବନ୍ଦ ରହିଛି । ହୋଟେଲଗୁଡିକ ମଧ୍ୟ ବନ୍ଦ ରହିଛି । ତେଣୁ ଖାଇବା ପାଇଁ ଲୋକ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେମାନଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହା ବ୍ୟତୀତ ବିଏମସି ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ 41ଟି ହାଟ ଆରମ୍ଭ ହୋଇଛି । ରାଜଧାନୀରେ ଥିବା ବଡ ବଡ ହାଟରୁ ଭିଡ କମାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହି ହାଟଗୁଡିକୁ ବିଏମସିର ବରିଷ୍ଠ ଅଧିକାରୀମାନେ ଯାଇ ପ୍ରତ୍ୟେକ୍ଷ ଭାବେ ତଦାରଖ କରିବେ ବୋଲି କାର୍ଯନିର୍ବାହୀ ଅଧିକାରୀ ଏକ ଚିଠିରେ ଉଲ୍ଲେଖ କରିଛନ୍ତି ।

କେବଳ ସେତିକି ନୁହେଁ, ମହାନଗର ନିଗମ ଅଂଚଳର ପ୍ରତ୍ୟେକ କୋଣ ଅନୁକୋଣରେ ଥିବା ଲୋକଙ୍କ ନିକଟରେ ବିଏମସି କର୍ତ୍ତୃପକ୍ଷ ପରିବାପତ୍ର ପହଞ୍ଚାଇ ଦେବାକୁ ପ୍ରାୟ ତିନି ଡ୍ରଜନ ଗାଡିର ବ୍ୟବସ୍ଥା କରିଛି । ତେଣୁ ଲୋକେ ପରିବାପତ୍ର ପାଇଁ ବ୍ୟସ୍ତ ହେବା ଦରକାର ନାହିଁ ବୋଲି ବିଏମସି କହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top