ଅପରାଧ

ଅନଲାଇନରେ ମଦୁଆଙ୍କୁ ଠକୁଛନ୍ତି ସାଇବର ଲୁଟେରା  

କଟକ:  ମଦ ପାଇଁ ମାତିଲେ ସାଇବର ଲୁଟେରା । ଅନଲାଇନରେ ମଦ ବିକ୍ରି କରିବା ଆଳରେ ଲୁଟି ନେଉଛନ୍ତି ଟଙ୍କା । ଟଙ୍କା ଡିପୋଜିଟ ପରେ ନା ମିଳୁଛି ମଦ, ନା ଫୋନ ଉଠାଇଛନ୍ତି ଲୁଟେରା । ଅନଲାଇନରେ ଲୁଟି ନେଉଛନ୍ତି ହଜାର ହଜାର ଟଙ୍କା ।

କୋରୋନା ମହାମାରୀ ପାଇଁ ପୂରା ଦେଶ ଲକଡାଉନ ଥିବା ବେଳେ ମଦ ଦୋକାନ ମଧ୍ୟ ବନ୍ଦ ରହିଛି । ଅତ୍ୟାବଶ୍ୟକ ଦୋକାନକୁ ଛାଡି ଦେଲେ ସବୁ ବନ୍ଦ । ମଦ ଦୋକାନ ମଧ୍ୟ ବନ୍ଦ କରିବାକୁ ସରକାରୀ ନିର୍ଦ୍ଦେଶ ରହିଛି । ତେବେ ଏହି ଲକଡାଉନର ଫାଇଦା ଉଠାଉଛନ୍ତି ସାଇବର ଲୁଟେରା । ଆଉ ବିଭିନ୍ନ ମଦ ଦୋକାନ ନାଁରେ ସୋସିଆଲ ମିଡିଆରେ ଘୂରୁବୁଲୁଛି ଫଟୋ । ଆଉ ତା ସହ ନମ୍ବର । ହୋମ ଡେଲିଭରୀ ପାଇଁ ଏଥିରେ ଲେଖାଯିବା ସହ ଦିଆଯାଇଛି 8696720268 ଫୋନ ନମ୍ବର ।

ଟ୍ୱିନ ସିଟିର ଦୁଇଟି ମଦ ଦୋକାନ ଫଟୋ ଦେଖାଇ । ସେମାନଙ୍କ ନାମରେ ଟଙ୍କା ଠକି ନେଉଛନ୍ତି । ଫୋନ କଲେ ଆରପଟୁ ବ୍ୟକ୍ତି ଜଣକ ମଦ ପାଇଁ ଅଧା ଟଙ୍କା ପଠାଇବାକୁ କହୁଛନ୍ତି । ଆଉ ଟଙ୍କା ପଠାଇବା ପରେ ଆରପଟୁ ନା ଆସୁଛି ମଦ, ନା ଫୋନ ଉଠାଉଛନ୍ତି ସମ୍ପୃକ୍ତ ବ୍ୟକ୍ତି ।

ଅନ୍ୟପଟେ ତାଙ୍କ ଦୋକାନରୁ କୌଣସି ପ୍ରକାର ହୋମ ଡେଲିଭରି କରାଯାଉନଥିବା ମଧ୍ୟ କହିଛନ୍ତି ମଦୋ ଦୋକାନୀ । ଏନେଇ ସେ କଟକ ସାଇବର କ୍ରାଇମ ଅଫିସରେ ଇମେଲ ଜରିଆରେ ଏକ ଅଭିଯୋଗ ମଧ୍ୟ ଦାଖଲ କରିଛନ୍ତି ।  ଫେକ ଆକାଉଣ୍ଟ ଖୋଲି ସାଇବର ମାଫିଆମାନେ ହଡପ କରୁଛନ୍ତି ଟଙ୍କା । ତେଣୁ ସାଇବର ପୋଲିସ ଏଦିଗରେ ନଜର ଦେବା ଜରୁରୀ ହୋଇପଡିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top