ଖେଳ

ଅନିଶ୍ଚିତତା ଭିତରେ ଆଇପିଏଲ-13

IPL

ନୂଆଦିଲ୍ଲୀ : କୋରୋନା ପାଇଁ ଅନିଶ୍ଚିତତା ମଧ୍ୟରେ ଇଣ୍ଡିଆନ ପ୍ରମିୟମ ଲିଗର ତ୍ରୟୋଦଶ ସଂସ୍କରଣ। ଦେଶରେ କୋରୋନା ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାର ଦେଶବ୍ୟାପି ଲକଡାଉନ କଟକଣା ଲାଗୁ କରିଛନ୍ତି। ତେବେ କୋରୋନା ଭୟାବହତାକୁ ଦୃଷ୍ଟିରେ ରଖି ସରକାର ଏହି ଲକଡାଉନ ଅବଧି ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି। ଏଭଳି ସ୍ଥିତିରେ ଯଦି ଲକଡାଉନ ବଢେ ତେବେ ଆଇପିଏଲକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯିବାର ସମ୍ଭାବନା ରହିଛି। ବିସିସିଆଇ ଓ ଗଭର୍ଣ୍ଣିଂ କାଉନସିଲ କେନ୍ଦ୍ର ସରକାରଙ୍କ ଲକଡାଉନ ନିଷ୍ପତ୍ତିକୁ ଅପେକ୍ଷା କରିଛି। ତେଣୁ ଏପ୍ରିଲ 15ରେ ଆଇପିଏଲ ଆରମ୍ଭ ହେବା ଏକ ପ୍ରକାର ଅନିଶ୍ଚିତ ହୋଇଛି।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ପଞ୍ଜାବ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଲକଡାଉନ ବଢାଇବା ନେଇ ଏହି 3 ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ତେଣୁ ଆଇପିଏଲ୍ ଆୟୋଜନ ଅସମ୍ଭବ। ତେବେ ଟୁର୍ଣ୍ଣାମେଣ୍ଟ ବାତିଲ ନକରି ଅନିର୍ଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚାଇଦେବାକୁ ସେ କହିଛନ୍ତି।

ସୂଚନାନୁଯାୟୀ, ଆଇପିଏଲର ତ୍ରୟୋଦଶ ସଂସ୍କରଣ ଗତ ମାର୍ଚ୍ଚ 29ରେ ଅନୁଷ୍ଠିତ ହେବାର ଥିଲା। କୋରୋନା ସଂକ୍ରମଣ କାରଣରୁ ଏହାକୁ ଏପ୍ରିଲ 15 ଯାଏଁ ଘୁଞ୍ଚାଇ ଦିଆଯାଇଥିଲା। ଏବେ ଦେଶରେ କୋରୋନାର ଭୟାବହତା କାରଣରୁ ସରକାର ଲକଡାଉନର ସମୟ ସୀମା ଅଧିକ ବୃଦ୍ଧି କରିବାକୁ ଯୋଜନା କରୁଥିବା ବେଳେ ଆଇପିଏଲ ମ୍ୟାଚ ଏକପ୍ରକାର ଅଣିଶ୍ଚିତ ହୋଇପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top