ଦେଶ

ଅବିବେକି କାମ କରୁଛି ଚୀନ୍‌, ସଙ୍କଟ ସମୟରେ ଦେଶମାନଙ୍କୁ ଯୋଗାଉଛି ନିମ୍ନମାନର ଉପକରଣ

ଅର୍ଗସ ବ୍ୟୁରୋ: ଅବିବେକି କାମ କରୁଛି ଚୀନ୍‌, ସଙ୍କଟ ସମୟରେ ଦେଶମାନଙ୍କୁ ଯୋଗାଉଛି ନିମ୍ନମାନର ଉପକରଣ । ବ୍ରିଟେନ୍‌ କୋରୋନା ଭାଇରସ୍‌ର ମୁକାବିଲା ପାଇଁ ଚୀନ୍‌ ଠାରୁ  3.5 ନିୟୁତ ଆଣ୍ଟିବଡି  ଟେଷ୍ଟକିଟ୍‌ ମଗାଇଥିଲା । ମାତ୍ର ସେସବୁ  ତୃଟିପୂର୍ଣ୍ଣ ଥିଲା ବୋଲି ଜଣାପଡିବା ପରେ ବ୍ରିଟେନ୍‌ ସରକାର ଏବେ ଚୀନ୍‌ ଠାରୁ ସେ ବାବଦ ଅର୍ଥ ଫେରସ୍ତ ମାଗିଛନ୍ତି ।  

ଏହା ପୂର୍ବରୁ ଆଉ କିଛି ଦେଶ ମଧ୍ୟ ଚୀନ୍ ନିମ୍ନମାନର ଏବଂ ତୃଟିପୂର୍ଣ୍ଣ ଉପକରଣ ଯୋଗାଉଥିବାର  ଅଭିଯୋଗ କରିସାରିଛନ୍ତି ।  ନେଦରଲ୍ୟାଣ୍ଡ ସରକାର ଚୀନ୍‌ରୁ  6  ଲକ୍ଷ ଫେସମାସ୍କ ମଗାଇଥିଲେ । କିନ୍ତୁ ସେ ସବୁ ନିମ୍ନମାନର ବୋଲି ଜଣାପଡିବା ପରେ ନେଦରଲାଣ୍ଡ ସରକାର ସେଗୁଡିକୁ ବିଭିନ୍ନ କେନ୍ଦ୍ରରୁ ପ୍ରତ୍ୟାହାର କରିଥିଲେ । ସେହିପରି  ସ୍ପେନ୍‌ରେ ବି ଚୀନ୍‌ଠାରୁ  କିଣାଯାଇଥିବା  ପ୍ରାୟ 60,000 ଟେଷ୍ଟ  କିଟ୍‌  ତୃଟିପୂର୍ଣ୍ଣ ଥିଲା ବୋଲି ଜଣାପଡିଛିି ।

ସ୍ଲୋଭାକିଆର ସରକାର କହିଥିଲେ ଯେ, ଚୀନ୍‌ ଠାରୁ କିଣାଯାଇଥିବା ପ୍ରାୟ 10 ଲକ୍ଷ ଟେଷ୍ଟ କିଟ୍‌ ଏତେ ମାତ୍ରାରେ ତ୍ରୁଟିପୂର୍ଣ୍ଣ ଯେ, ସେଗୁଡିକୁ ବ୍ୟବହାର କରିବା ବଦଳରେ ଫିଙ୍ଗି ଦିଆଯିବା ଦରକାର । ଚୀନ୍‌ରେ କୋରୋନା ଭାଇରସ୍‌ ଜନିତ ପରିସ୍ଥିତି ସୁଧୁରିବା ପରେ  ଚୀନ୍‌ ଏବେ  ଅନ୍ୟ ଦେଶଙ୍କୁ ଭାଇରସ୍‌ର ମୁକାବିଲା କରିବା ପାଇଁ  ବିଭିନ୍ନ ଉପକରଣ ଯୋଗାଇ ଆସୁଛି ।  ସେ ବାହାବା ନେବା ଓ ନିଜର ପ୍ରଭାବ ବୃଦ୍ଧି କରିବା ପାଇଁ ଏପରି କରୁଛି କିନ୍ତୁ ସଙ୍କଟ ସମୟରେ ଏଭଳି ନିମ୍ନମାନର ଉପକରଣ ଯୋଗାଉଥିବାରୁ  ତାକୁ ବ୍ୟାପକ ସମାଲୋଚନାର ଶରବ୍ୟ ହେବାକୁ ପଡୁଛି ।  

Click to comment

Leave a Reply

Your email address will not be published. Required fields are marked *

Most Popular

To Top