ଦେଶ

ଅର୍ଥବ୍ୟବସ୍ଥା ଉପରେ କୋରନା ପ୍ରଭାବ : ଆଧାର-ପ୍ୟାନ ଲିଙ୍କ ଓ ଡେବିଟ୍ କାର୍ଡକୁ ନେଇ ବଡ଼ ଘୋଷଣା କଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ଦେଶର ଅର୍ଥବ୍ୟବସ୍ଥା ଉପରେ କୋରୋନା ମାଡ଼। ଦେଶରେ କୋରୋନା କାୟା ବିସ୍ତାର କରିବା ପରେ ଲୋକମାନେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହା ଯେପରି ଅଧିକ ନବ୍ୟାପେ ସେଥିପାଇଁ ସରକାର 30ଟି ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି। ଏହାଦ୍ଵାରା ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପଡ଼ିଛି। ଏହି ମଧ୍ୟରେ ଦେଶର ଦୋହଲି ପଡ଼ିଥିବା ଅର୍ଥବ୍ୟବସ୍ଥାକୁ ବଞ୍ଚାଇବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗଣମାଧ୍ୟମରେ ସମ୍ବୋଧିତ କରିଛନ୍ତି। ତେବେ ଅର୍ଥମନ୍ତ୍ରୀଙ୍କ ନେତୃତ୍ଵରେ କୋଭିଡ-19 ଟାସ୍କ ଫୋର୍ସ ଗଠନ କରାଯାଇଛି। ଆଜି ଆଇଟିଆର, ଆଧାର-ପ୍ୟାନ ଲିଙ୍କିଂ, ଜିଏସଟି ଆଦିକୁ ନେଇ ଅର୍ଥମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି।

ଅର୍ଥମନ୍ତ୍ରୀଙ୍କ ଘୋଷଣା ଗୁଡ଼ିକ ହେଲା-
-ବାଣିଜ୍ୟ ବର୍ଷ 2018-19 ପାଇଁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବାକୁ ଶେଷ ତାରିଖ 30 ଜୁନ 2020 ଘୋଷଣା କରାଯାଇଛି।
-ଟିଡ଼ିଏସ୍ ଡିପୋଜିଟର ଶେଷ ତାରିଖ ବୃଦ୍ଧି କରାଯାଇ ନାହିଁ। ତେବେ ସୁଧ ଦର 18 ପ୍ରତିଶତରୁ ହ୍ରାସ କରି 9 ପ୍ରତିଶତ କରାଯାଇଛି।
-ଆଧାର କାର୍ଡ଼କୁ ପ୍ୟାନ କାର୍ଡ଼ ସହ ଲିଙ୍କ୍ କରିବା ତାରିଖ 30 ଜୁନ 2020 କରାଯାଇଛି।
-ବିଶ୍ଵାସ ସ୍କିମର ସମୟସୀମା ବୃଦ୍ଧି କରାଯାଇ 30 ଜୁନ 2020 ଘୋଷଣା କରାଯାଇଛି।
-31 ମାର୍ଚ୍ଚ ପରେ ଜୁନ 30 ଯାଏଁ ବିଶ୍ଵାସ ସ୍କିମରେ କୌଣସି ଚାର୍ଜ ଲାଗିବ ନାହିଁ।
-ସରକାର 5 କୋଟି ଟଙ୍କାରୁ କମ୍ ଟର୍ଣ୍ଣଓଭର ବ୍ୟବସାୟୀଙ୍କ ପାଇଁ ମାର୍ଚ୍ଚ, ଅପ୍ରେଲ ଏବଂ ମଇର ଜିଏସଟି ଦାଖଲ କରିବା ସମୟସୀମା ବୃଦ୍ଧି କରି 30 ଅପ୍ରେଲ 2020 କରିଛନ୍ତି।
-5 କୋଟି ଯାଏଁ ଟର୍ଣ୍ଣଓଭର କମ୍ପାନୀଙ୍କ ପାଇଁ ଜିଏସଟି ରିଟର୍ଣ୍ଣ ଫାଇଲ କରିବାକୁ ବିଳମ୍ଵ ହେଲେ ଜରିମାନା ଲାଗିବ ନାହିଁ।
-30 ଜୁନ 2020 ଯାଏଁ 24 ଘଣ୍ଟା କଷ୍ଟମ କ୍ଲିଅରାନ୍ସର ସୁବିଧା ମିଳିବ।
-ଡେବିଟ କାର୍ଡରେ ଯେକୌଣସି ବ୍ୟାଙ୍କରୁ ଟଙ୍କା ଉଠାଇଲେ ଆସନ୍ତା ତିନି ମାସ ଯାଏଁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ।
-ମିନିମମ ବାଲାନ୍ସ ରିକୋୟାରମେଣ୍ଟ ଫି 30 ଜୁନ 2020 ଯାଏଁ ଛାଡ଼ କରାଗଲା।
-ଯେଉଁମାନେ ବ୍ୟାଙ୍କ ଯିବା ନିହାତି ଜରୁରୀ ସେମାନେ ଯାଆନ୍ତୁ, ନଚେତ୍ ୟୁପିଆଇ ନେଟ ବ୍ୟାଙ୍କିଂ ବ୍ୟବହାର କରନ୍ତୁ।
-ଡିଜିଟାଲ ଟ୍ରେଡ ପାଇଁ ବ୍ୟାଙ୍କ୍ ଚାର୍ଜେସ୍ କମ୍ କରାଯାଇଛି।
-ଆର୍ଥିକ ପ୍ୟାକେଜ ଉପରେ ଗମ୍ଭୀର ବିଚାର କରାଯାଉଛି। ଏହା ଉପରେ ଖୁବ୍ ଶୀଘ୍ର ଘୋଷଣା କରାଯିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top