ଦେଶ

ଆଇସିୟୁରୁ ବାହାରିଲେ ବ୍ରିଟେନ୍‌ ପିଏମ ବୋରିସ୍‌..

ନୂଆଦିଲ୍ଲୀ: ଆଇସିୟୁରୁ  ବାହାରିଲେ ବୋରିସ୍‌ ।  ଡାଉନିଙ୍ଗ ଷ୍ଟ୍ରିଟ୍‌ର ପ୍ରବକ୍ତା କହିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ  ସ୍ୱାସ୍ଥ୍ୟବସ୍ତାରେ  ପରିବର୍ତ୍ତନ ଆସିଛି । ତେଣୁ ତାଙ୍କୁ ଆଇସିୟୁରୁ ବାହାର କରାଯାଇଛି । ତାଙ୍କର  ଚିକିତ୍ସା ପାଇଁ ଓ୍ୱାର୍ଡକୁ ଅଣାଯାଇଛି ।

ସୁଚନାମୁତାବକ, 55 ବର୍ଷିୟ ବୋରିସ୍‌ ଜନସନ୍‌ଙ୍କୁ ରବିବାର ଦିନ ଲଣ୍ଡନର  ସେଣ୍ଟ ଥାମସ୍‌ ହସ୍‌ପିଟାଲରେ  ଭର୍ତ୍ତି କରାଯାଇଥିଲା ।   କୋରୋନା ପଜେଟିଭ୍‌ ସାମ୍ନାକୁ ଆସିବା ପରେ ତାଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ବୋରିସ୍‌ ଆଇସିୟୁରୁ  ବାହାରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁସି ଜାହିର୍‌ କରିବା ସହ ଶିଘ୍ର ସୁସ୍ଥ ହେବା ପାଇଁ ନିଜ  ଟୁଇଟ୍‌ରେ ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top