ନ୍ୟୁଜ୍

ଆଜିଠାରୁ ଆରମ୍ଭ ହେଲା ଯୁକ୍ତ ଦୁଇ ଖାତା ମୂଲ୍ୟାୟନ

ଭୁବନେଶ୍ୱର:  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆଜିଠୁ ଆରମ୍ଭ । କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ପାଳନ କରାଯାଇ ଖାତା ଦେଖା ପ୍ରକ୍ରିୟା ଚାଲିବ । ପ୍ରଥମ ପର୍ଯ୍ୟାୟରେ ଅନ୍‌ଲାଇନ୍‌ ଖାତା ଦେଖା ହେବ । ଏଥିପାଇଁ ସବୁ କେନ୍ଦ୍ର ଗୁଡ଼ିକରେ ବ୍ୟବସ୍ଥା କରାଯାଇଛି । ରାଜ୍ୟର ୩୬ ମୂଲ୍ୟାୟନ କେନ୍ଦ୍ରରେ ପାଖପାଖି ୪ ହଜାରରୁ ଅଧିକ ଅଧ୍ୟାପକ ଆଜିଠୁ ଇ-ମୂଲ୍ୟାୟନ କରିବେ ।

ପ୍ରଥମେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଖାତା ଦେଖାଯିବ । ଏହାପରେ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ହେବ । ଏହି ମୂଲ୍ୟାୟନ ଦୁଇଟି ସିଫ୍ଟରେ କରାଯିବ । ପ୍ରଥମ ସିଫ୍ଟ ସକାଳ ୭ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ଯାଏ ଚାଲିବ । ସେହିପରି ଦ୍ୱିତୀୟ ସିଫ୍ଟ ଅପରାହ୍ନ ୧ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ଯାଏ ଚାଲିବ । ଏହାଦ୍ୱାରା ସାମାଜିକ ଦୂରତା ରକ୍ଷା ହେବ  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top