ନ୍ୟୁଜ୍

ଆଜିଠାରୁ ଆରମ୍ଭ ହେବ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଖାତା ଦେଖା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ  ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଖାତା ଦେଖା । ଏହା ସୂଚନା ଦେଇଛି ସିବିଏସଇ । ଦେଶର ୩ ହଜାର ସ୍କୁଲକୁ ଖାତାଦେଖା କେନ୍ଦ୍ର ଭାବେ ଘୋଷଣା କରାଯାଇଛି ଏବଂ ସେଠାକୁ ସ୍ୱତନ୍ତ୍ର ଗାଡିରେ ଖାତା ପହଞ୍ଚିବ । ଏହା ସହ କେତେକ ଶିକ୍ଷକ ନିଜ ଘରେ ଖାତା ଦେଖିପାରିବେ । ସେନେଇ ମଧ୍ୟ ସିବିଏସଇ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

କୋଭିଡ-୧୯ ନିୟମାବଳୀ ମଧ୍ୟରେ ଏହି  ଖାତା ଦେଖା କାର୍ଯ୍ୟ ହେବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ଅନ୍ୟପଟେ କୋଭିଡ କଟକଣା ଯୋଗୁଁ ଦଶମ ଓ ଦ୍ୱାଦଶର କେତେକ ବିଷୟ ପରୀକ୍ଷା ଶେଷ ହୋଇ ନାହିଁ । ଏନେଇ ଆଗାମୀ ଦିନରେ ପରୀକ୍ଷା ସୂଚୀ ପ୍ରକାଶ ପାଇବ ବୋଲି ପୂର୍ବରୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।

ସେପଟେ କରୋନା ପାଇଁ ଲକଡାଉନ୍ ଭିତରେ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା । ଖାତା ମୂଲ୍ୟାୟନ ବେଳେ ସାମାଜିକ ଦୂରତା ଅବଲମ୍ବନ କରାଯିବ । ମେ ୧୯ ସୁଦ୍ଧା ସବୁ କେନ୍ଦ୍ରରେ ପହଂଚିବେ ପରୀକ୍ଷା ନିରୀକ୍ଷକ ଏବଂ ଜୁଲାଇ ଶେଷ ସୁଦ୍ଧା ରେଜଲ୍ଟ ବାହାର କରିବାକୁ ଚେଷ୍ଟା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top