ଟିଭି

ଆଜିଠାରୁ ଦୂରଦର୍ଶନରେ ‘ଶ୍ରୀକୃଷ୍ଣ’ ପ୍ରତ୍ୟେହ ରାତି ୯ ଟାରେ ଓ ପୁନଃ ପ୍ରସାରଣ ସକାଳ ୯ଟାରେ

ଅର୍ଗସ ବ୍ୟୁରୋ : କୋରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକଡାଉନ କଟକଣା ବଳବତ୍ତର ରହିଛି। ତେବେ ଏହି ମଧ୍ୟରେ ଦେଶବାସୀ ଯେପରି ଘରେ ବୋର୍ ନହୁଅନ୍ତି ସେଥିପାଇଁ ସରକାର ମନୋରଞ୍ଜନ ପାଇଁ ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିପାଇଁ ଦୂରଦର୍ଶନରେ ଧାରାବାହିକ ରାମାୟଣ ଏବଂ ମହାଭାରତର ପ୍ରସାରଣ ଆରମ୍ଭ କରାଯାଇଥିଲା। ତେବେ ରାମାୟଣକୁ ଦର୍ଶନ ଭରପୂର ଭଲପାଇବା ଦେବା ପରେ ଏବେ ଏହି ଶୋ ଏକ ନମ୍ଵରରେ ରହିଛି। ଇତି ମଧ୍ୟରେ ରାମାୟଣ ଶେଷ ହୋଇଯାଇଥିବାରୁ ଆଜିଠାରୁ ଦୂରଦର୍ଶନରେ ବହୁ ଚର୍ଚ୍ଚିତ ଧାରାବାହିକ ଶ୍ରୀକୃଷ୍ଣ ପୁନଃପ୍ରସାରଣ ହେବ। ଆଜିଠାରୁ ଦୂରଦର୍ଶନରେ ‘ଶ୍ରୀକୃଷ୍ଣ’ ପ୍ରତ୍ୟେହ ରାତି ୯ ଟାରେ ଓ ପୁନଃ ପ୍ରସାରଣ ସକାଳ ୯ଟାରେ କରାଯିବ।

ଏହି ଶୋ’ ୧୯୯୩ରେ ପ୍ରସାରିତ ହୋଇଥିଲା। ଏଥିରେ ସର୍ବଦମନ ଡି ବାନାର୍ଜୀ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ। ଶୋ’କୁ ଦର୍ଶକଙ୍କ ବହୁତ ଭଲପାଇବା ମିଳିଥିଲା। ଉତ୍ତର ରାମାୟଣରେ କୁଶ ଭୂମିକାରେ ଅଭିନୟ କରିଥିବା ସ୍ୱପନିଲ୍ ଯୋଶୀ ଯୁବକ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ। ଶୋ’ରେ ଦୀପକ ଦେଓଲକର ବଳରାମ, ପିଙ୍କି ପାରିକ୍ ରୁକ୍ମଣି, ରେଶମା ମୋଦୀ ରାଧା ଭୂମିକାରେ ଅଭିନୟ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top