ନ୍ୟୁଜ୍

ଆଜିଠୁ ଅନଲାଇନରେ ଅର୍ଡର ଦେଲେ ଘରେ ପହଁଚିଯିବ ମଦ

ଅର୍ଗସ ବ୍ୟୁରୋ : ଆଜିଠୁ ଅର୍ଡର କଲେ ଘରେ ପହଁଚିଯିବ ମଦ। ରାଜ୍ୟରେ ଆଜିଠାରୁ ମଦର ହେବ ହୋମ ଡେଲିଭରୀ। ଏ ନେଇ ରାଜ୍ୟ ସରକାର ଏବେ ଅନୁମତି ଦେଇଛନ୍ତି। ତେବେ କଣ୍ଟେନମେଣ୍ଟ ଜୋନ୍ ଓ ସପିଂ ମଲ୍‌ରେ ଏହି ସୁବିଧା ମିଳିବ ନାହିଁ। ଉଭୟ ଖାଦ୍ୟ ଡେଲିଭରି କରୁଥିବା ସଂସ୍ଥା ଓ ଦୋକାନୀମାନେ ପିଲା ରଖି ଘରେ ଖାଦ୍ୟ ପହଞ୍ଚାଇ ପାରିବେ । ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ପୁରୀ ଭଳି ସହରରେ ଜମାଟୋ ହୋମ ଡେଲିଭରି ଦେଇପାରିବ । ସେହିପରି ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲାରେ ସ୍ୱିଗି ହୋମଡେଲିଭରି ଦେଇପାରିବ। ଲକ୍‌ଡାଉନ୍‌ ସମୟରେ ଦୋକାନରେ ଭିଡ଼କୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ବିଦେଶୀ ମଦ, ବିୟର ଉପରେ କୋଭିଡ୍ ଫି ଲାଗିବ। ଏମଆରପି ଉପରେ ୫୦ ପ୍ରତିଶତ ଅଧିକ ଫି ଦେବାକୁ ପଡିବ। ହଜାରେ ଟଙ୍କା ଯାଏ ଅର୍ଡର ଉପରେ ଶହେ ଟଙ୍କା ଲାଗିବ। ତେବେ ଡେଲିଭରି ଚାର୍ଜ, ମଦ ଡେଲିଭରି ଚାର୍ଜ ୩ ଶହ ଟଙ୍କାରୁ ଅଧିକ ହେବନି। ଜଣେ ଗ୍ରାହକ ସର୍ବାଧିକ ୫ ଲିଟର ବିୟର ଓ ସର୍ବାଧିକ ଅଢ଼େଇ ଲିଟର ମଦ ପାଇଁ ଅର୍ଡର ଦେଇପାରିବେ। ମଦ ଦୋକାନୀ ଡେଲିଭରି ବୟ ରଖି ମଦ ହୋମ୍‌ ଡେଲିଭରି କରିପାରିବେ । ମଦ ଯୋଗାଣକାରୀ ପିଲା ସାମାଜିକ ଦୂରତ୍ୱକୁ ଭଲ ଭାବେ ପାଳନ କରିବେ । ସକାଳ ୭ଟାରୁ ଦିନ ୧ଟା ମଧ୍ୟରେ ଅନ୍‌ଲାଇନ୍‌ରେ ଅର୍ଡର ନିଆଯିବ । ସନ୍ଧ୍ୟା ୬ଟା ମଧ୍ୟରେ ଡେଲିଭରି କରାଯିବ। ଅଧିକ ଡେଲିଭରି ଥିଲେ ପରଦିନ କରାଯାଇପାରିବ। ତେବେ ସର୍ବନିମ୍ନ ୫୦୦ ଟଙ୍କାର ମଦ କିଣିବାକୁ ପଡ଼ିବ। ଅନ୍‌ଲାଇନ୍‌ ମଦ ବିକ୍ରିର ରୂପରେଖ ସ୍ଥିର ପାଇଁ ଗଠିତ ଉଚ୍ଚସ୍ତରୀୟ ଅବକାରୀ କମିଟି ଏଭଳି ନିଷ୍ପତ୍ତି ନେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top