ଦେଶ

ଆଜିଠୁ କାର୍ଗୋ ବିମାନ ସେବା ଆରମ୍ଭ

ଭୁବନେଶ୍ଵର : ଆଜିଠୁ ଆରମ୍ଭ ହେବ କାର୍ଗୋ ବିମାନ ସେବା। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଦେଶରେ ଲକଡାଉନ ପାଇଁ ଗତ 22ରୁ ଅନ୍ୟ ବିମାନ ସେବା ସବୁ ବନ୍ଦ ରହିଛି। ରାୟପୁରରୁ ଅତ୍ୟାବଶ୍ୟକ ଔଷଧ ଆଣି ଭୁବନେଶ୍ଵର ଆସିବ ଏହି ବିମାନ।

ସୂଚନାନୁଯାୟୀ, କାର୍ଗୋ ବୋମାନ ରାୟପୁରରୁ ଅପରାହ୍ଣ 3ଟା 30ରେ ଛାଡ଼ି 4ଟା 50ରେ ଭୁବନେଶ୍ଵରରେ ପହଁଚିବ। ସେହିପରି ଭୁବନେଶ୍ଵରରୁ ଅପରାହ୍ଣ 5ଟା 20ରେ ଛାଡ଼ି ରାତି 8ଟା 20ରେ ଦିଲ୍ଲୀ ପହଁଚିବ। ରାୟପୁରରୁ ଅତ୍ୟାବଶ୍ୟକ ଔଷଧ ଆଣି ଏହି ବିମାନ ଭୁବନେଶ୍ଵର ଆସିବ ବୋଲି ସୂଚନା ମିଳିଛି। ତେବେ ପରବର୍ତ୍ତୀ ସମୟରେ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବ କାର୍ଗୋ ବିମାନ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top