ଜୀବନ ମନ୍ତ୍ର

ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା

ଅର୍ଗସ ବ୍ୟୁରୋ : ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା। ପତିଙ୍କ ଲମ୍ବା ଆୟୁଷ, ଉତ୍ତମ ସ୍ଵାସ୍ଥ୍ୟ କାମନା କରି ସଧବା ନାରୀମାନେ ଏହି ବ୍ରତ ରଖନ୍ତି। ଏହି ବ୍ରତରେ ନାରୀମାନେ ଯମରାଜା, ସାବିତ୍ରୀ, ସତ୍ୟବାନ ଏବଂ ନିଜ ସ୍ଵାମୀଙ୍କୁ ପୂଜା କରିଥାନ୍ତି ଏବଂ ନିଜ ସ୍ଵାମୀଙ୍କ ଉତ୍ତୋରତର ମଙ୍ଗଳ ସହ ଦୀର୍ଘାୟୁ କାମନା କରିଥାନ୍ତି।

କିମ୍ବଦନ୍ତୀ ଅନୁସାରେ, ମାତା ସାବିତ୍ରୀଙ୍କ ପତି ସତ୍ୟବାନ ସ୍ଵଳ୍ପାୟୁ ଥିଲେ। ଏହା ଜାଣିବା ସତ୍ତ୍ଵେ ମଧ୍ୟ ସାବିତ୍ରୀ ତାଙ୍କୁ ବିବାହ କରି ଏକ ଜଙ୍ଗଲରେ ରହୁଥିଲେ। ତେବେ ବିଧିର ବିଧାନ କିଛି ଅଲଗା। ଠିକ୍ ବର୍ଷେ ପରେ ବିଧି ନିର୍ଦ୍ଧାରିତ ଦିନରେ ସତ୍ୟବାନଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ମାତା ସାବିତ୍ରୀଙ୍କ ସତୀତ୍ଵ ଓ ପତିବ୍ରତା ଆଗରେ ଯମରାଜ ହାର ମାନିଥିଲେ। ଯମରାଜଙ୍କୁ ସାବିତ୍ରୀ ନିଜ ଯୁକ୍ତି ବଳରେ ସନ୍ତୁଷ୍ଟ କରି ସତ୍ୟବାନଙ୍କୁ ପୁନର୍ଜନ୍ମ ଦେଇଥିଲେ। ଏଥିପାଇଁ ପ୍ରତି ସଧବା ନାରୀ ଏହି ବ୍ରତକୁ ପାଳନ କରିଥାନ୍ତି ଓ ନିଜ ସ୍ଵାମୀଙ୍କ ମଙ୍ଗଳ କାମନା କରିଥାନ୍ତି।

ଦେଶରେ ଏବେ କୋରୋନା ସଙ୍କଟ ଦେଖାଦେଇଥିବାରୁ ଆଜି ବିଭିନ୍ନ ଦେବାଳୟରେ ଭକ୍ତଙ୍କ ଗହଳି ହ୍ରାସ କରିବାକୁ 144 ଧାରା ଲାଗୁ କରାଯାଇଛି। ତେବେ ସାବିତ୍ରୀମାନେ ଘରେ ସଜବାଜ ହୋଇ ନିଜ ସ୍ଵାମୀଙ୍କୁ ପୂଜା କରିବା ସହ ସେମାନଙ୍କ ମଙ୍ଗଳ ମନାସିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top