ନ୍ୟୁଜ୍

ଆଜି ବିଶ୍ୱ ମାତୃ ଦିବସ, ମା’ ଶବ୍ଦଟି ଛୋଟ ହୋଇପାରେ କିନ୍ତୁ ଅର୍ଥ ବ୍ୟାପକ

MOTHER'S DAY

ଭୁବନେଶ୍ୱର:  ଆଜି ବିଶ୍ୱ ମାତୃ ଦିବସ । ମାଙ୍କ ପାଇଁ ଦିନଟିଏ । ମା’ ଶବ୍ଦଟି ଛୋଟ ହୋଇପାରେ କିନ୍ତୁ ଅର୍ଥ ବ୍ୟାପକ । ୧୦ ମାସ ୧୦ ଦିନ ନିଜ ଗର୍ଭ ଛାୟାରେ ଆଉ ଏକ ଜୀବନକୁ ପାଳି ଏକ ନୂତନ ସମ୍ଭାବନାକୁ ଯେ ସଂସାରକୁ ଆଣେ ସେ ହେଉଛି ମା’ । ସନ୍ତାନର ଅଳିଅଝଟକୁ ପୁରଣ କରି କୋଳେଇ କାଖେଇ ବଡ କରୁଥିବା ମଣିଷଟି ହେଉଛି ମା’ । ଆଜି ହେଉଛି ସେହି ମା’ର ଦିନ ।

ଯେ ପିଲାଟିବେଳୁ ନିଜେ ନଖାଇ ଛୁଆର ପେଟକୁ ଆଗ ଦେଖେ । ନିଜ ଛୁଆର ଓଠରେ ଟିକେ ହସ ଦେଖିବାକୁ ଜୀବନର ସବୁ ଦୁଃଖ କଷଣକୁ ମଥା ପାତି ସହିଯାଏ । ଭୋକ ଲାଗିବା ଆଗରୁ ପେଟ ଚିହ୍ନି ଖାଇବା ବାଢ଼ିଦିଏ । ଦେହ ପା ଖରାପ ହେଲେ ସାରା ରାତି ଚେଇଁ ରହେ। ସେଇଥି ପାଇଁ ତ ସେ ମା’ । ସ୍ୱର୍ଗଠାରୁ ବଡ଼, ପୁଣି ଈଶ୍ୱରଙ୍କଠୁ ମହାନ । ସେଇ ପ୍ରେରଣାଦାୟୀ, ମମତାମୟୀ ମା’ ପାଇଁ ଆଜି ଦିନଟି ଉତ୍ସର୍ଗ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top