ଦେଶ

ଆଜି ସନ୍ଧ୍ୟାରେ ଶପଥ ଗ୍ରହଣ କରିବେ ଶିବରାଜ!

ନୂଆଦିଲ୍ଲୀ : ଗତ ତିନି ସପ୍ତାହ ଧରି ମଧ୍ୟପ୍ରଦେଶରେ ହେଉଥିବା ରାଜନୈତିକ ଡ୍ରାମାରେ ଆଜି ବିରାମ ଲାଗିବାକୁ ଯାଉଛି। ଶିବରାଜ ସିଂହ ଚୌହ୍ଵାନ ପୁଣି ଥରେ ମଧ୍ୟ ପ୍ରଦେଶର କମାଣ ସମ୍ଭାଳି ପାରନ୍ତି। ଆଜି ସନ୍ଧ୍ୟାରେ ବିଧାୟକ ଦଳଙ୍କ ବୈଠକ ହେବ। ଏହାପରେ ନେତାଙ୍କ ନାମରେ ଔପଚାରିକ ମୋହର ବାଜିବ। ତେବେ ଶିବରାଜ ସିଂହ ଚୌହ୍ବାନ ବିଧାୟକ ଦଳଙ୍କ ନେତା ବଛାଯିବା ନେଇ ଏକ ପ୍ରକାର ନିର୍ଦ୍ଧିଷ୍ଟ ହୋଇ ସାରିଛି। ସେ ଆଜି ସନ୍ଧ୍ୟାରେ ରାଜଭବନରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଶପଥ ଗ୍ରହଣ କରିପାରନ୍ତି।

ମଧ୍ୟପ୍ରଦେଶରେ କଂଗ୍ରେସ ବହୁମତ ସାବ୍ୟସ୍ତ ନକରିପାରିବା ପରେ ରାଜ୍ୟରେ ବିଜେପି ସରକାର ଗଠନ ହେବାକୁ ଯାଉଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେବା ପରେ ତାଙ୍କ ସମର୍ଥକ 6 ମନ୍ତ୍ରୀ ଓ 16 ବିଧାୟକ ମଧ୍ୟ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top