ନ୍ୟୁଜ୍

ଆସନ୍ତାକାଲିଠୁ ରାଜଧାନୀରେ ଖୋଲିବ ସମସ୍ତ ପାର୍କ

ଅର୍ଗସ ବ୍ୟୁରୋ : ଆସନ୍ତାକାଲିଠୁ ରାଜଧାନୀରେ ଖୋଲିବ ସମସ୍ତ ପାର୍କ। ସକାଳ 7ଟାରୁ 10 ଯାଏଁ ସମସ୍ତ ପାର୍କ ଖୋଲିବ। ତେବେ ପାର୍କରେ ସାମାଜିକ ଦୂରତ୍ଵ ଉପରେ ନଜର ରଖାଯିବ। ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ। ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

କୋରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକଡାଉନ କଟକଣା ଲାଗୁ କରାଯାଇଥିଲା। ଏହି କ୍ରମରେ ସମସ୍ତ ସର୍ବସାଧାରଣ ସ୍ଥାନ, ଯଥା ପାର୍କ, ଜିମ୍, ସପିଂ ମଲ୍ ଆଦି ବନ୍ଦ ରହିଥିଲା। ଏବେ ଲକଡାଉନ କଟକଣା 4କୁ କୋହଳ କରାଯାଇଥିବାରୁ ରବିବାର ଠାରୁ ସମସ୍ତ ପାର୍କ ଖୋଲିବାକୁ ବିଏମସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top