ନ୍ୟୁଜ୍

ଆସନ୍ତା ଜୁଲାଇ 31 ଯାଏଁ ରାଜ୍ୟରେ ବନ୍ଦ ରହିବ ସ୍କୁଲ, କଲେଜ

ଅର୍ଗସ ବ୍ୟୁରୋ : ସାରା ଦେଶରେ ଆଜିଠୁ ଲାଗୁ ହୋଇଛି ଅନ୍‌ଲକ-1 । କେନ୍ଦ୍ର ସରକାର ଏନେଇ ଘୋଷଣା କରିସାରିଥିବା ବେଳେ ରାଜ୍ୟ ସରକାରମାନେ ନିଜ ରାଜ୍ୟ ସ୍ଥିତିକୁ ଦେଖି ଏଥିରେ କିଛି ପରିବର୍ତ୍ତନ କରୁଛନ୍ତି । ଓଡ଼ିଶାରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍‌ ଡାଉନ ବଳବତ୍ତର ରଖିବାକୁ ନିଷ୍ପତ୍ତି ହୋଇଛି  । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ତେବେ ରାଜ୍ୟରେ ଆସନ୍ତା ଜୁଲାଇ 31 ଯାଏଁ ରାଜ୍ୟରେ ବନ୍ଦ ରହିବ ସ୍କୁଲ, କଲେଜ। ସ୍କୁଲ କଲେଜ ବନ୍ଦ ରଖିବା ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ସ୍କୁଲ, କଲେଜ ସହ କୋଚିଂ ସେଣ୍ଟର ମଧ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ୧୧ଜିଲ୍ଲା ଶନିବାର ଓ ରବିବାର ସଟଡାଉନ ରହିବ ବୋଲି ମଧ୍ୟ କହିଛନ୍ତି ମୁଖ୍ୟ ଶାସନ ସଚିବ ।

କେବଳ ସେତିକି ନୁହେଁ ବାହାରେ ଛେପ ପକାଇଲେ, ମାସ୍କ ନପିନ୍ଧିଲେ ଜରିମାନା ଆଦାୟ କରାଯିବ । ମାସ୍କ ନପିନ୍ଧିଲେ ଓ ଛେପ ପକାଇଲେ ୫୦୦ଟଙ୍କା ଜରିମାନା ଆଦାୟ କରାଯିବ । ପ୍ରଥମ ଥର ପାଇଁ ଧରାପଡ଼ିଲେ ୫୦୦ଟଙ୍କା ଜରିମାନା, ସେହିପରି ଦ୍ୱିତୀୟଥର ୫୦୦ କିନ୍ତୁ ତୃତିୟଥର ୧୦୦୦ ଟଙ୍କା ଫାଇନ ଦେବାକୁ ପଡ଼ିବ । ରାଜ୍ୟରେ ୩୦ଜୁନ୍ ଯାଏ ସପିଂ ମଲ୍ ଓ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ । ୩୦ଜୁନ୍ ଯାଏ ସିନେମା ହଲ୍, ଜିମ୍ ଓ ସୁଇମିଂ ପୁଲ୍ ଖୋଲିବନି । ୩୧ଜୁଲାଇ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ୩୦ ପ୍ରତିଶତ କ୍ଷମତା ନେଇ ଖୋଲିପାରିବ ହୋଟେଲ । କୌଣସି ପ୍ରକାରର ସଭା ସମିତି କରିହେବ ନାହିଁ । ସଙ୍ଗରୋଧ କେନ୍ଦ୍ରରେ ୨ଲକ୍ଷ ୪୯ହଜାର ୭୬୯ ଲୋକ ଅଛନ୍ତି । ରାଜ୍ୟର ୯୫ପ୍ରତିଶତ କରୋନା ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top