ନ୍ୟୁଜ୍

ଇରଫାନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : ବଲିଉଡ ଅଭିନେତା ଇରଫାନ ଖାନଙ୍କ 54 ବର୍ଷ ବୟସରେ ଦେହାନ୍ତ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ଵିଟ୍ କରି ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ଵିଟରେ ଲେଖିଛନ୍ତି ଯେ, ଅଭିନେତା ଇରଫାନ ଖାନଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ। ସେ ଜଣେ ମନୋରଞ୍ଜନକର୍ତ୍ତା ଥିଲେ। ତାଙ୍କୁ ସାରା ଦୁନିଆର ସିନେ ପ୍ରେମୀମାନେ ମନେ ରଖିବେ। ଶୋକ ସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଟ୍ଵିଟରେ ଲେଖିଛନ୍ତି ଯେ, ଇରଫାନ ଖାନଙ୍କ ନିଧନ ଖବର ଶୁଣି ମୁଁ ଚକିତ। ସେ ଜଣେ ଭଲ ଅଭିନେତା ଥିଲେ। ତାଙ୍କର ବହୁମୁଖୀ ପ୍ରତିଭା ପ୍ରଶଂସକ ଏବଂ ଭାରତୀୟ ସିନେମା ଉପରେ ଏକ ଅସାଧାରଣ ଛାପ ପକାଇଛି। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top