ନ୍ୟୁଜ୍

ଏନକାଉଣ୍ଟରରେ 4 ହାର୍ଡକୋର ମାଓବାଦୀ ସଫା

ମାଲକାନଗିରି : ମାଲକାନଗିରି ଜିଲ୍ଲା ରାଜନନ୍ଦଗାଓଁ ଜିଲ୍ଲା ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି। ପୋଲିସର ଏନକାଉଣ୍ଟରରେ ଚାରି ଜଣ ହାର୍ଡ କୋର ମାଓବାଦୀ ମୃତ୍ୟୁବରଣ କରିଛନ୍ତି। ଘଟଣାସ୍ଥଳରୁ 4 ଟି ଏକେ 47 ବନ୍ଧୁକ ସହ ବିପୁଳ ପରିମାଣରେ ମାଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ। ଏ ନେଇ ରାଜନନ୍ଦଗାଓଁ ଏସପି ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ରାଜନନ୍ଦଗାଓଁ ଜିଲ୍ଲାର ଆଣ୍ଟି ନକ୍ସଲ ଫୋର୍ସ ଦ୍ଵାରା ପରଦୋନି ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରି ପୋଲିସକୁ ଟାର୍ଗେଟ କରିବା ପାଇଁ ଯୋଜନା କରୁଥିଲେ। ବିଶେଷ ସୂତ୍ରରୁ ଖବର ପାଇ ସେମାନଙ୍କ ଉପରେ ପୋଲିସ ଚଢ଼ାଉ କରିଥିଲେ। ଫଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ହେବାପରେ 4 ଜଣ ହାର୍ଡକୋର ମାଓବାଦୀ ନିପାତ ହୋଇଛନ୍ତି। ତେବେ ଆହୁରି କିଛି ମାଓବାଦୀ ମୃତାହତ ହୋଇଥିବା ଆଶଙ୍କା କରି ଜଙ୍ଗଲ ମଧ୍ୟରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top