ଟିଭି

କରୋନା ରୋଗୀଙ୍କ ସେବା କରୁଛନ୍ତି ବଲିଉଡ ଫିଲ୍ମ ଅଭିନେତ୍ରୀ ଶିଖା ମାଲହୋତ୍ରା

ନୂଆଦିଲ୍ଲୀ : ବଲିଉଡ ଫିଲ୍ମ ଅଭିନେତ୍ରୀ କରୋନା ରୋଗୀଙ୍କ ଚିକିତ୍ସା ସେବା ପାଇଁ ଆଗେଇ ଆସିଛନ୍ତି । ଖାଲି ସେତିକି ନୁହେଁ ଅଭିନେତ୍ରୀ ଜଣକ ମଧ୍ୟ ମୁମ୍ବାଇ ବିଏମସି ହସିପିଟାଲରେ ଟ୍ରେନିଂ ନର୍ସ ଭାବେ ନିଯୁକ୍ତ ହୋଇ 19 କରୋନା ରୋଗୀଙ୍କ ସେବା ମଧ୍ୟ କରିଛନ୍ତି । ସେ କାଞ୍ଚଲି ଫିଲ୍ମର ଅଭିନେତ୍ରୀ ଶିଖା ମାଲହୋତ୍ରା ।

ମାନବ ସେବା ହିଁ ମାଧବ ସେବା ଏଭଳି କଥାକୁ ସେ ସଠିକ ଭାବେ ଗ୍ରହଣ କରିଛନ୍ତି । ଦେଶ ତଥା ବିଶ୍ବରେ କରୋନା ମହାମାରି ଚିକିତ୍ସା ସେବା ଯୋଗାଇବା ପାଇଁ ନିଜ ଜିବନକୁ ଉତ୍ସର୍ଗ କରୁଛନ୍ତି ଡାକ୍ତର ନର୍ସ ଓ ମେଡିକାଲ କର୍ମଚାରୀ । ତେବେ ଫିଲ୍ମ ଅଭିନେତ୍ରୀ ଶିଖା ମଧ୍ୟ କଳାକାର ହେବା ପୂର୍ବରୁ 2014 ମସିହାରେ ନର୍ସିଂ ତାଲିମ ଶିକ୍ଷା ଗ୍ରହଣ କରସାରିଛନ୍ତି । ତାଙ୍କର ନର୍ସିଂ ସେବା କରିବାର ଦୃଢ ଇଚ୍ଚା ଶକ୍ତି ପାଇଁ ଏବେ ମୁମ୍ବାଇ ବିଏମସି ହସପିଟାଲରେ ସେ କରୋନା ରୋଗୀଙ୍କ ସେବା କରୁଛନ୍ତି । ଏହାସହ ବିପତ୍ତି ସମୟରେ ରୋଗୀଙ୍କ ସେବା କରିବା ଉଚିତ ବୋଲି ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି ।

ତେବେ ଶିଖା ମାଲହୋତ୍ରାଙ୍କ ଏଭଳି ପଦକ୍ଷେପକୁ ଚାରିଆଡେ ଭୂରି ଭୂରି ପ୍ରଶାଂସା କରାଯାଉଛି । ବିଶେଷ କରି କରୋନା ରୋଗୀଙ୍କ ପାଇଁ ଡାକ୍ତର, ନର୍ସଙ୍କ ସେବା ଓ ଚିକିତ୍ସା ବହୁ ଗୁରୁତ୍ବପୂର୍ଣ୍ଣ ରହିଛି । ଏଭଳି ସ୍ଥିତିରେ ନିଜର ଉଦାର ମାନବିକତା ସହ ମାନବ ସେବା ପାଇଁ ଆଗଭର ହୋଇ ଆଗେଇ ଆସିବାକୁ ଶିଖା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top