ଦେଶ

କରୋନା ମୁକାବିଲା ଉପରେ ଲକଡାଉନର ସକାରାତ୍ମକ ପ୍ରଭାବ

ନୂଆଦିଲ୍ଲୀ : ଦେଶବ୍ୟାପୀ କୋଭିଡ-19କୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଲକଡାଉନର ପ୍ରଭାବ ସକରାତ୍ମକ ଦିଗ ଭଳି ଜଣାପଡୁଛି ଏବଂ ଏହି ମାରାତ୍ମକ ଭାଇରସ ଏପର୍ଯ୍ୟନ୍ତ ଦ୍ୱିତୀୟ ଷ୍ଟେଜରେ ଅଛି । ସରକାର କହିଛନ୍ତି, ଏହି ଭାଇରସ ଯେତେବେଳେ ଗୋଷ୍ଠୀ ମଧ୍ୟରେ ବ୍ୟାପିବା ଆରମ୍ଭ କରିବ, ସରକାର ସୂଚନା ଦେବେ । ଏଥିପାଇଁ ଅଧିକ ସତର୍କ ରହିବାକୁ ସୂଚନା ଦେବେ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସହଯୋଗୀ ସଚିବ ଲଭ ଅଗ୍ରୱାଲ କହିଛନ୍ତି, ବର୍ତ୍ତମାନ ଦେଶରେ ଲୋକାଲ ଟ୍ରାନ୍ସମିଶନ ଅବସ୍ଥାରେ ଅଛି । ଯଦି କମ୍ୟୁନିଟି ଟ୍ରାନ୍ସମିଶନର କୌଣସି ସଂକେତ ମିଳେ, ତାହେଲେ ସର୍ବପ୍ରଥମେ ଗଣମାଧ୍ୟମକୁ ସୂଚନା ଦିଆଯିବ । କାରଣ ଗଣମାଧ୍ୟମ ହିଁ ଲୋକଙ୍କ ମଧ୍ୟରେ ସତର୍କ ଓ ସଚେତନତା ସୃଷ୍ଟି କରିପାରିବ । ସ୍ୱାସ୍ଥ୍ୟ ସଚିବ ସୋମବାର କହିଛନ୍ତି, ବିଗତ 24 ଘଣ୍ଟା ମଧ୍ୟରେ କୋଭିଡ-19 କାରଣରୁ 4 ଜଣଙ୍କ ମୃତ୍ୟୁ ହୋଇଛି । 92 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ହଜାରେ 71 ପିଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ଭାରତରେ ମୃତ୍ୟୁ ସଂଖ୍ୟା 29ରେ ପହଞ୍ଚିଛି । କରୋନା ରୋଗରେ ସଂକ୍ରମିତ 99 ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top