ଅପରାଧ

କାବୁଲ ‘ଗୁରୁଦ୍ୱାର’ ଆକ୍ରମଣ ମାମଲା, ମାଷ୍ଟର ମାଇଣ୍ଡ ସମେତ 20 ଗିରଫ

କାବୁଲ: କାବୁଲ ଗୁରୁଦ୍ୱାର ଆକ୍ରମଣର ମାଷ୍ଟର ମାଇଣ୍ଡ ଗିରଫ । ଆଇଏସକେପି ମୁଖ୍ୟ ଅସଲମ ଫାରୁକି ସମେତ ଅନ୍ୟ 20 ଜଣଙ୍କୁ ଗିରଫ କରାଯାଇଛି । ମାର୍ଚ୍ଚ 25  ହୋଇଥିବା  ଆକ୍ରମଣରେ 27 ଜଣ ଶିଖଙ୍କର ମୃତ୍ୟୁ ହୋଇଥିବା ବେଳେ 10 ଜଣ ଆହତ ହୋଇଥିଲେ ।

ମାର୍ଚ୍ଚ 25 ରେ ଆଫଗାନିସ୍ତାନର ରାଜଧାନୀ କାବୁଲର ଶୋର୍ ବଜାର ଅଞ୍ଚଳରେ ଥିବା ଗୁରୁଦ୍ୱାରରେ ହୋଇଥିବା ଆକ୍ରମଣ  ପରେ ଏଥିପାଇଁ “ଆଇଏସକେପି’ ନିଜକୁ ଦାୟୀ କରିଥିଲା । ଜଣେ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ସମେତ ୪ଜଣ ଆତଙ୍କବାଦୀ ଏହି ଆକ୍ରମଣ କରିଥିଲେ ।  ଏହି ଘଟଣା ସାରା ବିଶ୍ୱରେ ଚହଳ ପକାଇଥିଲା ।

ପାକିସ୍ତାନୀ ନାଗରିକ ଫାରୁକି ପୂର୍ବରୁ ଲଶ୍କର୍-ଏ-ତୈବା ଏବଂ ତେରୀକ୍-ଏ-ତାଲିବାନ ଭଳି ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତ ଥିଲା । ଏପ୍ରିଲ୍ ୨୦୧୯ରେ ସେ ଅବୁ ଓମାର ଖୋରାସନି ସ୍ଥାନରେ “ଆଇଏସକେପି’ ମୁଖ୍ୟ ଭାବେ ଦାୟିତ୍ୱ ନେଇଥଲା । ତାର ପ୍ରକୃତ ନାମ ଅବ୍ଦୁଲ୍ଲା ଉରାକଜାଇ ବୋଲି ଜଣା ପଡ଼ିଛି । ତାର ଘର  ହେଉଛି ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶ ଅନ୍ତର୍ଗତ ଆଦିବାସୀ ଅଞ୍ଚଳରେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top