ନ୍ୟୁଜ୍

କିମ୍ସ ଓ ସମ୍ ହସ୍ପିଟାଲରେ ହେବ ଅସ୍ଥାୟୀ କୋରୋନା ୱାର୍ଡ

sum Hospital

ଭୁବନେଶ୍ଵର : କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇବା ସହ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି କ୍ରମରେ କୋରୋନା ମୁକାବିଲା ପାଇଁ ସରକାର ଘରୋଇ ହସ୍ପିଟାଲ ଗୁଡ଼ିକ ଠାରୁ ସହଯୋଗ ଲୋଡିଛନ୍ତି। ଅସ୍ଥାୟୀ ହସ୍ପିଟାଲ ନିର୍ମାଣ ପାଇଁ 2ଟି ଘରୋଇ ହସ୍ପିଟାଲ ସହ ଚୁକ୍ତିନାମା ହୋଇଛି। ଏହି ଘରୋଇ ହସ୍ପିଟାଲ ଗୁଡ଼ିକ ହେଲେ କିମ୍ସ ଓ ସମ୍ ହସ୍ପିଟାଲ। 500ଶର୍ଯ୍ୟା ବିଶିଷ୍ଟ ଏକ କୋରୋନା ୱାର୍ଡ 4 ଦିନ ଭିତରେ ପ୍ରସ୍ତୁତ ହେବ। ଏଥିରେ 20 ଟି ICU ମଧ୍ୟ ରହିବ।ସୋଆର ଭି. ସି ଅଶୋକ ମହାପାତ୍ରଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି। ସେହିପରି କିମିସରେ 450 ଶର୍ଯ୍ୟା ବିଶିଷ୍ଟ ଏକ କୋରୋନା ୱାର୍ଡ ପ୍ରସ୍ତୁତ କରାଯିବ ବୋଲି ଅଚ୍ୟୁତ ସାମନ୍ତ ସୂଚନା ଦେଇଛନ୍ତି।

ସାରା ଦେଶରେ ଆତଙ୍କ ଖେଳାଇଥିବା କୋରୋନା ଏବେ ଭାରତରେ କାୟା ବିସ୍ତାର କରିବାକୁ ଲାଗିଛି। ଦେଶରେ କୋରୋନା ସଂକ୍ରମଣ ଯେପରି ଅଧିକ ନବ୍ୟାପେ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଅପ୍ରେଲ 14 ଯାଏଁ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି। ଏହି କ୍ରମରେ ରାଜ୍ୟ ସରକାର ମଧ୍ୟ ତତ୍ପରତା ଦେଖାଇବା ସହ ରାଜ୍ୟରେ କୋରୋନା ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top