ଟେକ୍ନୋଲୋଜି

କୋଭିଡ-19 ପରୀକ୍ଷା ହେବ ସହଜ: Mylabକୁ ଟେଷ୍ଟ କିଟ୍‌ ପ୍ରସ୍ତୁତ ପାଇଁ ଅନୁମତି

ପୁନେ: ଭାରତରେ ପ୍ରସ୍ତୁତ ହେଲା କୋଭିଡ-19 ପରୀକ୍ଷା କରିବା କିଟ୍‌ । ଯାହାକୁ ସରକାର କର୍ମସିଆଲ ମାନ୍ୟତା ମଧ୍ୟ ଦେଇଛନ୍ତି । ପୁନେର ଏକ ଲାବରେ ପ୍ରସ୍ତୁତ ହୋଇଥିବା କିଟ୍‌ ବେଶ ସହାୟକ ହେବ ବୋଲି କୁହାଯାଉଛି । MyLab ଯାହାକି ଭାରତର ପ୍ରଥମ କମ୍ପାନୀ ଯିଏକି କୋଭିଡ-19 କିଟ୍‌ ପାଇଁ ମାନ୍ୟତା ପାଇଛି ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲୋଜି MyLabକୁ ଅନୁମତି ଦେଇଛି ଏଭଳି କିଟ୍‌ ପ୍ରସ୍ତୁତ କରିବା ପାଇଁ । ତେବେ କୋଭି-19 ପରୀକ୍ଷା କରିବା ଏବେ ସହଜ ହେବାକୁ ଯାଉଥିବା ବେଳେ ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଅନ୍ୟପଟେ MyLab ପରେ ଜର୍ମାନୀର ଏକ କମ୍ପାନୀକୁ ମଧ୍ୟ ଅନୁମତି ମିଳିଛି କିଟ୍‌ ପ୍ରସ୍ତୁତ କରିବା ପାଇଁ । ପୂର୍ବରୁ ଲାବ୍‌ରେ ଟେଷ୍ଟ କଲେ ରେଜଲ୍ଟ ମିଳିବା ପାଇଁ ବହୁ ସମୟ ଲାଗୁଥିଲା କିନ୍ତୁ ଏହି କିଟ୍‌ ମାଧ୍ୟମରେ ଆପଣଙ୍କ ଶରୀରରେ କୋଭିଡ-19 ଭୂତାଣୁ ଅଛି କି ନାହିଁ ଦୁଇରୁ ଅଢ଼େଇ ଘଣ୍ଟା ଭିତରେ ଜଣାପଡ଼ିଯିବ ବୋଲି କହିଛନ୍ତି MyLabର ନିର୍ଦ୍ଦେଶକ ଡ. ଗୌତମ ୱାଙ୍ଖଡେ ।

ପ୍ରଥମେ 1000 ସାମ୍ପଲ ନେଇ ବଡ଼ ଲାବରେ ଏବଂ 100 ସାମ୍ପଲ ନେଇ ଛୋଟ ଛୋଟ ଲାବରେ ପରୀକ୍ଷଣ କରିବା ପରେ କିଟ୍‌ରେ ସଠିକତା ଥିବା ଜଣାପଡ଼ିଥିଲା । ତେବେ MyLab ଏହି କିଟର ଦାମ୍‌ 1200 ଟଙ୍କା  ଧାର୍ଯ୍ୟ କରିଛି । ଏହି କିଟ୍‌ ଉପଲବ୍ଧ ହେବା ପରେ ଭାରତ ପରୀକ୍ଷା କ୍ଷେତ୍ରରେ ବହୁ ଆଗକୁ ଯାଇପାରିବ । ଭାରତ ଏବେ ଏକ ମିଲିୟନ ଲୋକଙ୍କ ମଧ୍ୟରେ 15 ଜଣଙ୍କୁ ଟେଷ୍ଟ କରୁଛି । ଯାହାକି ଆଗାମୀ ଦିନରେ ଘାତକ ସାବ୍ୟସ୍ତ ହୋଇପାରେ । କିନ୍ତୁ ଏହି କିଟ୍‌ ଭାରତ ପାଇଁ ବହୁ ଦରକାରୀ ସାବ୍ୟସ୍ତ ହେବ  ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top