ଦେଶ

କୋରୋନାକୁ ଡରନା ! ୮୦ ପ୍ରତିଶତ ରୋଗୀ ନିଜେ ସୁସ୍ଥ ହୋଇପାରିବେ: ଆଇସିଏମଆର

ନୂଆଦିଲ୍ଲୀ: କୋରୋନାକୁ ନେଇ ସାରା ବିଶ୍ୱ ଚିନ୍ତାରେ । କୋରୋନା ସହ ଲଢ଼ିବା ପାଇଁ ସେଲ୍ଫ କ୍ୱାରେଣ୍ଟାଇନ ପାଖରୁ ଆରମ୍ଭ କରି ଜନତା କର୍ଫ୍ୟୁ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛି ଦେଶ । ସେପଟେ ବିଭିନ୍ନ ଲକ୍‌ ଡାଉନ୍‌ ଘୋଷଣା କରିଛି । ଠିକ ଏହାରି ଭିତରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଆଣିଛି ଏକ ଖୁସି ଖବର । କୋରୋନା ଆକ୍ରାନ୍ତ ହୋଇଥିବା ୮୦ ପ୍ରତିଶତ ରୋଗୀ ନିଜେ ନିଜେ ଭଲ ହୋଇପାରିବେ । ଏନେଇ ସୂଚନା ଦେଇଛନ୍ତି ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭର୍ଗଭା । ସେ କୋରୋନା ଆକ୍ରାନ୍ତ ବିଭିନ୍ନ ଶ୍ରେଣୀରେ ଅର୍ନ୍ତଭୁକ୍ତ କରିଛନ୍ତି ।

କୋରୋନାରେ ଆକ୍ରାନ୍ତ ହୋଇଥିବା ୮୦% ରୋଗୀ ନିଜି ନିଜେ ସୁସ୍ଥ ହୋଇପାରିବେ। ସାରା ବିଶ୍ୱ ଏବେ କରୋନା ସହିତ ଲଢ଼େଇ ଜାରି ରଖିଥିବା ବେଳେ ଭାରତୀୟ ପରିଷଦ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ମହାନିର୍ଦ୍ଦେଶକ ବଳରାମ ଭର୍ଗଭା ଏହା କହିଛନ୍ତି । କିଏ କେଉଁ ଢ଼ଙ୍ଗରେ ଆକ୍ରାନ୍ତ ହୋଇଛନ୍ତି ତାହା ବୁଝିବାକୁ ପଡ଼ିବ ବୋଲି ସେ କହିଛନ୍ତି। ୮୦% ଲୋକ ଥଣ୍ଡା ସିହତ ଜ୍ୱର ଅନୁଭବ କରିବେ ସେମାନେ ନିଜେ ନିଜେ ସୁସ୍ଥ ହୋଇପାରିବେ ।

୨୦% ଲୋକ କାଶ, ଥଣ୍ଡା, ଜ୍ୱର ଅନୁଭବ କରିପାରନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିପାରେ ରବିବାର ସାମ୍ୱାଦିକ ସମ୍ମିଳନୀ କରି ଏଭଳି କହିଛନ୍ତି ଭର୍ଗାଭା । କୋରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୫% ରୋଗୀଙ୍କୁ ଏବେ ସହାୟତା ଚିକିତ୍ସା ଦିଆଯାଉଛି କେତେକ କ୍ଷେତ୍ରରେ ନୂଆ ଔଷଧ ମଧ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି। ଏଯାବତ ଆଇସିଏମଆର ୧୫,୦୦୦-୧୭,୦୦୦ ପରୀକ୍ଷା କରିଥିବା ସେ କହିଛନ୍ତି ।

 

 

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top