ଦେଶ

କୋରୋନା ଆତଙ୍କ: ଦେଶରେ ୬୦୩ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା, ସୁସ୍ଥ ହେଲେ ୪୬ କୋରୋନା ରୋଗୀ

ନୂଆଦିଲ୍ଳୀ:  ଦେଶରେ କୋରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ଏବେ ବୃଦ୍ଧି ପାଇ 603ରେ ପହଞ୍ଚିଛି । ସେହିପରି ମୃତକଙ୍କ  ସଂଖ୍ୟା 11କୁ ବୃଦ୍ଧି ପାଇଛି ।  ତେବେ ସବୁଠାରୁ ବଡ଼ କଥା ଯେ 46 ଜଣ କୋରୋନା ରୋଗୀ ଭଲ ହୋଇ ଘରକୁ ଫେରିଛନ୍ତି । କୋରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର ଓ କେରଳ ।   ମହାରାଷ୍ଟ୍ରରେ ଏହା ବର୍ତ୍ତମାନ 112ରେ ପହଞ୍ଚିଥିବା ବେଳେ କେରଳରେ ଏହା 105ରେ ପହଞ୍ଚିଛି ।

ଏପଟେ ଦେଶରେ କୋରୋନାର ଭୟାବହତାକୁ ଦେଖି ପିଏମ ମୋଦି ସାରା ଦେଶକୁ  21 ଦିନ ପର୍ଯ୍ୟନ୍ତ ଲକଡାଉନ୍‌ ଘୋଷଣା କରିଛନ୍ତିି । ଏହି ଲକଡାଉନ୍‌ ଆଜିଠୁ ଲାଗୁ କରାଯାଇଛି । 14 ଏପ୍ରିଲ ପର୍ଯ୍ୟନ୍ତ ଏହା ଚାଲିବ ।  ମୋଦି ସଫା ସଫା କହିଛନ୍ତି ଦେଶର କୌଣସି ବି ବ୍ୟକ୍ତି ନିଜ ଘରୁ ବାହାରକୁ ପାଦ ରଖିବେ ନାହିଁ । କେବଳ ଜୀବନରକ୍ଷକ ସେବା ହିଁ ଏହି ସମୟରେ ଜାରି ରହିବ ବୋଲି ପିଏମ କହିଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top