ନ୍ୟୁଜ୍

କୋରୋନା ଆତଙ୍କ: ବଦଳିଲା ଏକନମ୍ୱର ହାଟର ଠିକଣା, ଏଜି ଛକରୁ ରାଜମହଲ ଛକ ମଧ୍ୟରେ ୟୁନିଟ-୧ ହାଇସ୍କୁଲ ପଡ଼ିଆରେ ବସିବ ହାଟ

ଭୁବନେଶ୍ୱର:  ବଦଳିଲା ଏକନମ୍ୱର ହାଟର ଠିକଣା । ଏଣିକି ଏଜି ଛକରୁ ରାଜମହଲ ଛକ ମଧ୍ୟରେ ଓ ୟୁନିଟ-୧ ହାଇସ୍କୁଲ ପଡ଼ିଆରେ ବସିବ ହାଟ । ସାମାଜିକ ଦୂରତା ରକ୍ଷା କରିବା ଲାଗି ଭୁବେନେଶ୍ୱରର ସର୍ବବୃହତ ଏକ ନମ୍ୱର ହାଟକୁ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ପରିସ୍ଥିତରେ ୪୫ ଦିନ ପାଇଁ ସ୍ଥାନାନ୍ତରିତ ହୋଇଛି ୟୁନିଟ-୧ ହାଟ ।

କୋରୋନା ପାଇଁ ସ୍ଥାନାନ୍ତରିତ ହେଲା ଭୁବନେଶ୍ୱର ସ୍ଥିତ ୟୁନିଟ -୧ ହାଟ। ଏକନମ୍ୱର ହାଟ ଭିତରେ ଗହଳି ହେଉଥିବାରୁ ବିଏମସି ଏହି ପଦକ୍ଷେପ ନେଇଛି । ସାମାଜିକ ଦୂରତା ରକ୍ଷା କରିବା ଲାଗି ଆଗାମୀ ୪୫ ଦିନ ପାଇଁ ଭୁବନେଶ୍ୱର ସ୍ଥିତ ୟୁନିଟ -୧ ହାଟକୁ ସ୍ଥାନାନ୍ତରିତ କରାଯାଇଛି ।

ଏକ ନମ୍ୱର ହାଟ ତୁରନ୍ତ ଖାଲିକରି କିଛି ପରିବା ବ୍ୟବସାୟୀଙ୍କୁ ଏଜି ଛକରୁ ରାଜମହଲ ଛକ ମଧ୍ୟରେ ବସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଉକିଛି ବ୍ୟବସାୟୀ ୟୁନିଟ-୧ ହାଇସ୍କୁଲ ପଡ଼ିଆରେ ବସିବେ । ପାରିବା ଦୋକାନ ଗୁଡିକ ଗାଇଡ଼ଲାଇନ ଅନୁଯାୟୀ ଦୂରତା ରଖିବାକୁ ବିଏମସି ନିର୍ଦ୍ଦେଶ ଦେଇଛି । କୋଭିଡ 19ର ଭୟାବହତାକୁ ଆଖିରେ ରଖି ହାଟର ଠାକଣା ପରିବର୍ତ୍ତନ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top