ଖେଳ

କୋରୋନା କବଳରୁ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ବିରେନ୍ଦ୍ର ସେହ୍ୱାଗ ଭଗବାନ ବଜରଙ୍ଗୀଙ୍କ ନିକଟରେ କଲେ ପ୍ରାର୍ଥନା

ନୂଆଦିଲ୍ଲୀ: ମହାମାରୀ କୋରୋନା ଭୂତାଣୁ କବଳରେ  ସାରା ବିଶ୍ୱ । କୋରୋନାକୁ  ହରାଇବା  ପାଇଁ ସାରା ବିଶ୍ୱ ଏବେ ଚିନ୍ତାରେ ।  ସେହିପରି  ଦେଶରେ ମଧ୍ୟ ଏହି  କୋରୋନା ଦ୍ରୁତ ଗତିରେ  ବଢିବାରେ ଲାଗିଛି । ଏହି ମଧ୍ୟରେ କୋରୋନା କବଳରୁ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ୱାଗ  ଭଗବାନ ବଜରଙ୍ଗୀଙ୍କର ଶରଣାପନ୍ନ ହୋଇଛନ୍ତି । ଦେଶବାସୀଙ୍କୁ  ଏହି ମହାମାରୀରୁ ରକ୍ଷା  ପାଇବା ପାଇଁ  ହନୁମାନଙ୍କ ନିକଟରେ ପ୍ରାର୍ଥନା କରିବା ପାଇଁ ନିଜ ଟୁଇଟ୍‌ରେ ନିବେଦନ କରିଛନ୍ତି ।

ସେହ୍ୱାଗ ପ୍ରତିଦିନ  ହନୁମାନ ଚାଳିସା ପାଠ କରି  କୋରୋନା ପରି  ମାରାତ୍ମକ  ରୋଗରୁ ସମସ୍ତଙ୍କୁ ରକ୍ଷା  କରନ୍ତୁ  ବୋଲି ପ୍ରଭୁ ବଜରଙ୍ଗୀଙ୍କ  ନିକଟରେ ଗୁହାରି କରିଛନ୍ତି । ସେହ୍ୱାଗ କହିଛନ୍ତି  ଯେ ପ୍ରଭୁ ହନୁମାନ   ସମସ୍ତ ସଙ୍କଟ ମୋଚନକରିବେ   ତେଣୁ  ସମସ୍ତେ ତାଙ୍କର ଶରଣାପନ୍ନ ହେବା ଉଚିତ୍‌ ।  ସେହିପରି ସେହ୍ୱାଗ ପ୍ରଭୁ ଶ୍ରୀରାମଙ୍କ ନିକଟରେ ଏହି ମହା ବିପତ୍ତିରୁ ଦେଶବାସୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରାର୍ଥନା କରିବା ସହ ସମସ୍ତଙ୍କୁ ହନୁମାନ ଜୟନ୍ତୀର  ଶୁଭେଚ୍ଛ ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top