ଦେଶ

କୋରୋନା ଚିକିତ୍ସା ନିୟମରେ ପରିବର୍ତ୍ତନ, 10 ଦିନ ମଧ୍ୟରେ ଡିସଚାର୍ଜ ହୋଇପାରିବେ କୋରୋନା ରୋଗୀ

ନୂଆଦିଲ୍ଲୀ: କୋରୋନା ଭାଇରସ୍‌ ଚିକିତ୍ସାର ନିୟମରେ ପରିବର୍ତ୍ତନ । କୋରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ  ହସ୍ପିଟାଲରୁ ଛୁଟି ମିଳିବା ନିୟମରେ  ପରିବର୍ତ୍ତନ ହୋଇଛି । ଶନିବାର ଦିନ କେନ୍ଦ୍ରିୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଏ ସମ୍ପର୍କରେ ନୂଆ ନିୟମ  ଜାରୀ କରିଛନ୍ତି । ନୂଆ ପରିବର୍ତ୍ତନ ଅନୁସାରେ  ଜଣେ କୋରୋନା ରୋଗୀ 10  ଦିନ ମଧ୍ୟରେ ଡିସଚାର୍ଜ  ହୋଇପାରିବେ । ଡିସଚାର୍ଜ ପୂର୍ବରୁ  ପରୀକ୍ଷାର ଆବଶ୍ୟକତାକୁ ବନ୍ଦ କରିଦିଆଯାଇଛି । ଅର୍ଥାତ୍‌ ତାଙ୍କର କୌଣସି ଆରଟି-ପିସିଆର ଟେଷ୍ଟ କରାଯିବ ନାହିଁ ।

ତେବେ କମ ଲକ୍ଷଣ କିମ୍ବା ଲକ୍ଷଣ ନଥାଇ କୋରୋନା ପଜିଟିଭ୍‌ ବାହାରିଥିବା ରୋଗୀଙ୍କ ପାଇଁ ଏହି ନିୟମ ଲାଗୁ କରାଯିବ । ତେବେ  ଥରେ ସେମାନଙ୍କ ଶରୀରରେ ଦେଖାଯାଉଥିବା ଲକ୍ଷଣ ବନ୍ଦ ହୋଇଗଲେ ସେମାନଙ୍କୁ ଡିସଚାର୍ଜ କରାଯିବ ।  ଛୁଟି ମିଳିବା ପରେ  ଉକ୍ତ  ବ୍ୟକ୍ତ 14 ଦିନ ପରିବର୍ତ୍ତେ  7 ଦିନ ହୋମ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡିବ । ଟେଲି କନଫରେନ୍ସ ମାଧ୍ୟମରେ  14 ରେ ରୋଗୀର ଫଲୋ ଅଫ ନିଆଯିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top