ଖେଳ

କୋରୋନା ପ୍ରଭାବ, ନିର୍ଦ୍ଧାରିତ ସମୟରେ  ହୋଇପାରିବ ନାହିଁ ଟୋକିଓ ଅଲମ୍ପିକ

ଅର୍ଗସ ବ୍ୟୁରୋ: କୋରୋନା ପ୍ରଭାବ ।  ନିର୍ଦ୍ଧାରିତ ସମୟରେ  ହୋଇପାରିବ ନାହିଁ ଟୋକିଓ ଅଲମ୍ପିକ । ଏହା ସ୍ପଷ୍ଟ କରିଛନ୍ତି ଅଷ୍ଟ୍ରେଲିଆ ଅଧିକାରୀ । ତେଣୁ ଏଥଲିଟ୍‌ ମାନଙ୍କୁ 2021 ପାଇଁ ପ୍ରସ୍ତୁତ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାମୂତାବକ ଆମେରିକା ସମେତ ବହୁ ଦେଶ କୋରୋନା ଭୂତାଣୁ ଯୋଗୁଁ ଟୋକିଓ ଅଲମ୍ପିକ୍‌କୁ ସ୍ଥଗିତ କରିବାକୁ ଦାବି କରିଥିଲେ । କିନ୍ତୁ ଆଇଓସି ଏପର୍ଯ୍ୟନ୍ତ ନିଜର ନିଷ୍ପତ୍ତି ସ୍ପଷ୍ଟ କରିପାରିନାହିଁ ।

ତେବେ ଅଷ୍ଟ୍ରେଲିଆ ଅଲମ୍ପିକ୍‌ ଅଧିକାରୀଙ୍କ କହିବା ମୁତାବକ  ବର୍ତ୍ତମାନ  ଏହା ସ୍ଫଷ୍ଟ ଯେ, ଟୋକିଓ ଗେମ୍ସ ନିର୍ଦ୍ଧାରିତ ସେଡ୍ୟୁଲ ଅନୁସାରେ ହେବ ନାହିଁ । ଏଥିପାଇଁ ଏଥଲେଟିମାନଙ୍କୁ କୁହାଯାଇଛି ଯେ ସେମାନେ ଏବେ 2021 ଅଲମ୍ପିକ୍‌ ପାଇଁ ପ୍ରସ୍ତୁତ ହୁଅନ୍ତୁ । ସାରା ବିଶ୍ୱରେ ଆତଙ୍କ ରଚିଥିବା କୋରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top