ରାଜ୍ୟ

କୋରୋନା ମୁକାବିଲା: ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୪ ମାସର ଆଗୁଆ ଦରମା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Naveen

ଭୁବନେଶ୍ୱର: ଦେଶରେ କୋରୋନା ଆକ୍ରାନ୍ତ ସଂଖ୍ୟା 600 ଟପିଥିବା ବେଳେ ମୃତକଙ୍କ ସଂଖ୍ୟା 11ରେ ପହଞ୍ଚିଛି । ଅନ୍ୟପଟେ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ହେଁ ଲୋକମାନଙ୍କୁ ସଚେତନ ରହିବାକୁ ବାରାମ୍ବାର ଅନୁରୋଧ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହାସହ ଦେଶ ତଥା ରାଜ୍ୟରେ ନିରନ୍ତର ସେବା ଯୋଗାଉଥିବା ଡାକ୍ତର, ନର୍ସ, ପରାମେଡିକାଲ ଷ୍ଟାଫ୍‌ଙ୍କ ସମେତ ସମସ୍ତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କୃତଜ୍ଞତା ଜଣାଇବା ସହ ଅଗ୍ରୀମ 4 ମାସର ଦରମା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ୪ମାସର ଦରମା ଏପ୍ରିଲ ମାସରେ ମିଳିବ ।

ଏପ୍ରିଲ,ମେ,ଜୁନ୍ ଓ ଜୁଲାଇ ମାସର ଦରମା ସ୍ୱାସ୍ଥ୍ୟକର୍ମୀଙ୍କୁ ଏପ୍ରିଲ ମାସରେ ମିଳିବ ବୋଲି ଏକ ଭିଡିଓ ମାଧ୍ୟମରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରପକ୍ଷେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦୁର୍ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top