ଦେଶ

କୋରୋନା ମୁକାବିଲା ପାଇଁ ଓଡ଼ିଶାବାସୀଙ୍କୁ ସତର୍କତା, ଓଡ଼ିଆରେ କହିଲେ ସଲମାନ୍‌

Salman khan

ମୁମ୍ବାଇ: ଡରାଉଛି କୋରୋନା । କିନ୍ତୁ ଏହାକୁ ନଡରି ସଚେତନତା ଉପରେ ଧ୍ୟାନ ଦେଲେ ଏହି ଭାଇରସ ଆକ୍ରାନ୍ତ କରିବ ନାହିଁ ବୋଲି ବାର୍ତ୍ତା ଦିଆଯାଉଛି । ତେବେ କୋରୋନାକୁ ନେଇ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଲୋକମାନଙ୍କୁ ସଚେତନ ଉପରେ ଅନେକ ବାର୍ତ୍ତା ବାଣ୍ଟିଥିବାବେଳେ ବର୍ତ୍ତମାନ ବଲିଉଡ ସୁପରଷ୍ଟାର୍ ସଲମାନ ଖାନ୍ କୋରୋନାର ମୁକାବିଲା ପାଇଁ ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଦେଇଛନ୍ତି । ଏଥିରେ ସେ ଓଡ଼ିଶା ସରକାର ନେଇଥିବା ପଦକ୍ଷେପକୁ ମାନିବାକୁ ପରାମର୍ଶ ଦେଇଛନ୍ତି । ନିଜକୁ ସୁରକ୍ଷିତ ରଖିବାକୁ ଭିଡିଓରେ ବାର୍ତ୍ତା ଦେଇଛନ୍ତି ।

ସୂଚନାନୁସାରେ, ଗତକାଲି ରାତିଠାରୁ ଦେଶକୁ ଏକ ପ୍ରକାରର 21 ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରାଯାଇଛି । ଆଉ ଏଭଳି ପରିସ୍ଥିତିରେ ସମସ୍ତେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟ ମାନଙ୍କୁ ମଧ୍ୟ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେବା ଆବଶ୍ୟକ ହୋଇପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top