ରାଜ୍ୟ

କୋରୋନା ମୁକାବିଲା ପାଇଁ କେନ୍ଦ୍ରର ଆର୍ଥିକ ପ୍ୟକେଜ୍‌ ପ୍ରସଙ୍ଗ: ‘ସଙ୍କଟରେ ଥିବା ଗରିବ ଜନତାଙ୍କୁ ଖାଦ୍ୟ ଓ ଆର୍ଥିକ ସୁରକ୍ଷା ଦେବ’

ଭୁବନେଶ୍ୱର: ଅଭୁତପୂର୍ବ ସମୟ ଅଭୁତପୂର୍ବ ପଦକ୍ଷେପ ପାଇଁ ଆହ୍ୱାନ କରେ । କୋଭିଡ୍-19 ଯୋଗୁଁ ଦେଶକୁ ମୁକାବିଲା କରିବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 1 ଲକ୍ଷ 70 ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଥିବାରୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହାସହ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆହ୍ୱାନମୂଳକ ସମୟରେ ଦାୟିତ୍ୱବାନ ଶାସନର ଉଦାହରଣ ହୋଇଛନ୍ତି ମୋଦି ସରକାର । ଆଜି ଘୋଷିତ ଅନେକ ପଦକ୍ଷେପ ଗ୍ରାମୀଣ ତଥା ସହରାଞ୍ଚଳର ଗରିବ, କୃଷକ, ସ୍ୱାସ୍ଥ୍ୟ କର୍ମୀ, ପ୍ରବାସୀ ଶ୍ରମିକ, ବରିଷ୍ଠ ନାଗରିକ ତଥା ସମାଜର ଅନ୍ୟାନ୍ୟ ଦୁର୍ବଳ ଶ୍ରେଣୀଙ୍କ ଉପରେ #Covid-19 ମହାମାରୀର ଆର୍ଥିକ ସମସ୍ୟାକୁ ହ୍ରାସ କରିବ ।

ଏହି ଯୋଜନାରେ ବ୍ୟାଙ୍କ୍ ଖାତାରେ ଅର୍ଥ ପ୍ରଦାନ, ବୀମା କଭର, ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ ମାଗଣାରେ 3 ମାସ ପାଇଁ ଏଲପିଜି ସିଲିଣ୍ଡର ଯୋଗାଇବା ନିଷ୍ପତି ଲକ୍ଷାଧିକ ଗରିବ ଲୋକଙ୍କୁ ଲାଭ ଦେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଆମେ ଏକାଠି ଅଛୁ, ଆମେ ଏହି ଅଦୃଶ୍ୟ ଶତ୍ରୁ ସହିତ ଲଢିବା ଏବଂ ବିଜୟୀ ହେବା । ସରକାରଙ୍କ ପକ୍ଷରୁ ଆମ ଅର୍ଥନୀତି ଏବଂ ସମାଜ ଉପରେ ନକାରାତ୍ମକ ପ୍ରଭାବକୁ କମ୍ କରିବାକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

 
 
 
 

Click to comment

Leave a Reply

Your email address will not be published. Required fields are marked *

Most Popular

To Top