ରାଜ୍ୟ

କୋରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 5 କୋଟି ଦେଲା ଓଏସ୍‌ବିସିଏଲ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ 5 କୋଟି ଟଙ୍କା ଦେଲା ଓଏସ୍‌ବିସିଏଲ । କୋରୋନା ମୁକାବିଲା ପାଇଁ ବିଭିନ୍ନ ସଂଗଠନ, ଶିକ୍ଷାନୁଷ୍ଠାନ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଟଙ୍କା ଦାନ କରୁଥିବା ବେଳେ ଓଏସ୍‌ବିସିଏଲ ମଧ୍ୟ ଦେଇଛି 5 କୋଟି ।

କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ତେବେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଟଙ୍କାର ଆବଶ୍ୟକତା ମଧ୍ୟ ଅଧିକ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ସିଏମଆରଏଫ୍‌କୁ ଟଙ୍କା ପ୍ରଦାନ କରୁଛନ୍ତି ।

ତେବେ ପୂର୍ବ ବର୍ଷ ଓଡ଼ିଶା ପାଇଁ କାଳ ସାଜିଥିବା ବାତ୍ୟା ଫୋନିର ମୁକାବିଲା ପାଇଁ ଓଏସ୍‌ବିସିଏଲ ମଧ୍ୟ 5 କୋଟି ଟଙ୍କା ସିଏମଆରଏଫକୁ ପ୍ରଦାନ କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top