ରାଜ୍ୟ

କୋରୋନା ମୁକାବିଲା: ମୟୂରଭଞ୍ଜ ପାଇଁ MPLAD ଫଣ୍ଡରୁ ଏକ କୋଟି ଦେଲେ ସସ୍ମିତ

Sasmit Patra

ଭୁବନେଶ୍ୱର: କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ନିଜ ଦରମା ଦାନ କରିବା ପରେ ଏମଏଲଏ, ଏମପିଙ୍କ ସମେତ ବହୁ ସଂଗଠନ ମଧ୍ୟ ଦାନ କରୁଛନ୍ତି

। ଏହାରି ଭିତରେ ମୟୂରଭଞ୍ଜରେ କୋରୋନା ମୁକାବିଲା ପାଇଁ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସାଂସଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଏକ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ସସ୍ମିତ ପାତ୍ର ।

ଏହାସହ ସ ଜିଲ୍ଲାର ସମସ୍ତ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସସ୍ମିତ । କେବଳ ଡାକ୍ତର ନୁହନ୍ତି ସାମ୍ବାଦିକ, ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେବା ସହ ଜିଲ୍ଲାବାସୀଙ୍କ ସାହସକୁ ମଧ୍ୟ ସାଧୁବାଦ ଜଣାଇଛନ୍ତି ସାଂସଦ ସସ୍ମିତ ପାତ୍ର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top