ରାଜ୍ୟ

କୋରୋନା ଲକ୍‌ ଡାଉନ୍‌କୁ ଫୁ: 24 ଘଣ୍ଟାରେ ରାଜ୍ୟରେ 149 ମାମଲା

ଭୁବନେଶ୍ୱର: ଲକ୍‌ ଡାଉନ୍‌ ଅବମାନନା କରି ହରଡ଼ ଘଣାରେ ନିୟମ ଉଲ୍ଲଂଘନକାରୀ । 24 ଘଣ୍ଟାରେ 149 ଜଣଙ୍କ ନାଁରେ ମାମଲା ହୋଇଛି । 24 ତାରିଖ ସକାଳରୁ 25 ତାରିଖ ସକାଳ ଯାଏଁ ରାଜ୍ୟରେ 149 ଟି ମାମଲା ରୁଜୁ ହୋଇଛି ।

149 ମାମଲା ମଧ୍ୟରୁ 137ଟି ମାମଲା ଲକ୍‌ ଡାଉନ୍‌ ନିୟମ ଉଲ୍ଲଂଘନ କରିଥିବା ଯୋଗୁଁ ରୁଜୁ ହୋଇଥିବା ବେଳେ ହୋମ କ୍ୱାରେଣ୍ଟାଇନ୍‌ରେ ଖିଲାପ କରିଥିବା 5 ଜଣଙ୍କ ନାଁରେ ମାମଲା ହୋଇଛି । ସେହିଭଳି 7 ଟି ମାମଲା ଅନ୍ୟ କାରଣ ଯୋଗୁଁ ରୁଜୁ କରାଯାଇଥିବା ନେଇ ସୂଚନା ମିଳିଛି ।

ଆଗାମୀ 21 ଦିନ ଦେଶ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକ୍‌ ଡାଉନ୍‌ ସମୟରେ ଘରୁ ବାହାରକୁ ନବାହାରିବା ପାଇଁ ଦେଶବାସୀଙ୍କୁ ଅପିଲ କରିଛନ୍ତି ମୋଦି । କିନ୍ତୁ ଲୋକେ ବିଭିନ୍ନ ବାହାନା କରି ବାହାରେ ବୁଲୁଛନ୍ତି । ପୋଲିସ ଲୋକଙ୍କ ବୁଝାଇ ନାକେଦମ ହେଉଥିବା ବେଳେ ଅବାଧ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଅନ୍ୟପଟେ ହୋମ କ୍ୱାରେଣ୍ଟାଇନ୍‌ ନାଁରେ ଲୋକେ ବାହାରେ ବୁଲୁଥିବା ଦେଖିବାକୁ ମିଳିଛି । ତେବେ ଏଭଳି କରିବା ଦ୍ୱାରା କୋରୋନା ଭୂତାଣୁ ବ୍ୟାପିବାରେ ଅଧିକ ସମ୍ଭାବନା ରହିଛି । ତେଣୁ ହୋମ କ୍ୱାରେଣ୍ଟାଇନ୍‌ ନାଁରେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟିକାରୀଙ୍କ ନାଁରେ ମାମଲା ରୁଜୁ କରୁଛି ପୋଲିସ  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top