ରାଜ୍ୟ

କୋରୋନା ଲକ୍‌ ଡାଉନ୍‌: ଆସନ୍ତା ଏପ୍ରିଲ 14 ଯାଏଁ ସମସ୍ତ ଯାତ୍ରୀବାହୀ ଟ୍ରେନ ବାତିଲ

Train

ନୂଆଦିଲ୍ଲୀ: ଆଗାମୀ 21 ଦିନ ପର୍ଯ୍ୟନ୍ତ ପୁରା ଦେଶ ଲକ୍‌ ଡାଉନ୍‌ । ଲୋକମାନଙ୍କୁ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି । ଲକ୍‌ ଡାଉନ୍‌କୁ ଦୃଷ୍ଟିରେ ରଖି ପ୍ରତି ରାଜ୍ୟରେ ବସ୍‌ ଏବଂ ରେଳ ସେବା ବନ୍ଦ ଥିବା ବେଳେ ଆସନ୍ତା ଏପ୍ରିଲ 14 ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ ସେବା ବାତିଲ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ରେଳ ବିଭାଗ ।

ଏହି ସମୟ ମଧ୍ୟରେ ସମସ୍ତ ମେଲ୍, ଏକ୍ସପ୍ରେସ ଟ୍ରେନ, ପ୍ରିମିୟମ ଟ୍ରେନ, ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଛି । ସେହିପରି କୋଲକାତା ମେଟ୍ରୋ ରେଳପଥର ଟ୍ରେନ ଓ ଉପନଗର ଅଞ୍ଚଳରେ ଚଳାଚଳ କରୁଥିବା ସମସ୍ତ ଟ୍ରେନ ସେବା ମଧ୍ୟ ବନ୍ଦ ରହିବ।

ତେବେ ଜରୁରୀ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବା ଲାଗି ମାଲବାହୀ ଟ୍ରେନ ଚଳାଚଳ ପୂର୍ବପରି ଜାରି ରହିବ ବୋଲି ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top