ନ୍ୟୁଜ୍

କୋରୋନା ଗୁଜବ ପ୍ରଚାର କରି ବନ୍ଧା ହେଲେ ଯୁବକ

corona virus

ବ୍ରହ୍ମପୁର : କରୋନା ସମ୍ପର୍କରେ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଗଞ୍ଜାମ ଜିଲା ଛତ୍ରପୁର ପୁଲିସ। ଗିରଫ ବ୍ୟକ୍ତି ଜଣକ ହେଲେ ବଡ଼ ଆର୍ଯ୍ୟପଲି ଗାଁର ସି. ଆର୍ଯ୍ୟ। ଛତ୍ରପୁର ଅଞ୍ଚଳର ଜଣେ ବିଦେଶ ଫେରନ୍ତା ଯୁବକଙ୍କୁ କୋରୋନା ହୋଇଥିବା ସେ ମିଥ୍ୟା ଗୁଜବ ପ୍ରଚାର କରିଥିଲେ।

ସୂଚନାନୁଯାୟୀ, ଗତ କିଛି ତଳେ ଛତ୍ରପୁର ଅଞ୍ଚଳର ଜଣେ ଯୁବକ ବିଦେଶରୁ ଫେରିଛନ୍ତି। ଏହାପରେ ଉକ୍ତ ଯୁବକ ଜଣକ ମେଡ଼ିକାଲରେ ଟେଷ୍ଟ କରିଥିଲେ। ତାଙ୍କ ସ୍ଵାସ୍ଥ୍ୟବସ୍ଥା ଠିକ୍ ଥିବା ମେଡ଼ିକାଲ ପକ୍ଷରୁ କୁହାଯାଇଥିଲା। କିନ୍ତୁ ବଡ଼ ଆର୍ଯ୍ୟପଲି ଗାଁର ସି. ଆର୍ଯ୍ୟ ନାମକ ଅନ୍ୟ ଜଣେ ଏନେଇ ଗୁଜବ ପ୍ରଚାର କରିଥିଲେ। ବିଦେଶ ଫେରନ୍ତା ଯୁବକଙ୍କୁ କୋରୋନା ହୋଇଥିବା ଆର୍ଯ୍ୟ ତାଙ୍କ ଫେସବୁକ ଆକାଉଣ୍ଟରେ ଲେଖିଥିଲେ। ଫଳରେ ଏନେଇ ବିଦେଶ ଫେରନ୍ତା ଯୁବକ ଜଣକ ଗତକାଲି ଥାନାରେ ଅଭିଯୋଗ କରିଥିଲେ। ଛତ୍ରପୁର ପୋଲିସ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆର୍ଯ୍ୟଙ୍କୁ ଗିରଫ କରିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top