ଦେଶ

କୋରୋନା ପାଇଁ ଜାମ୍ମୁ କାଶ୍ମୀରରେ ଦରବାର ମୁଭ୍ ବାତିଲ

ଜାମ୍ମୁ : ଜାମ୍ମୁ କାଶ୍ମୀରରେ ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତି 6 ମାସରେ ଥରେ ରାଜଧାନୀ ପରିବର୍ତ୍ତନ ବା ଦରବାର ମୁଭ୍ କରାଯାଏ। କିନ୍ତୁ ଚଳିତ ବର୍ଷ କୋରୋନା ପାଇଁ 148 ବର୍ଷର ପରମ୍ପରା ଭାଙ୍ଗିଛି। ପ୍ରତ୍ୟେକ ବର୍ଷ ଏପ୍ରିଲ ମାସରେ ଜାମ୍ମୁ କାଶ୍ମୀରର ରାଜଧାନୀକୁ ଜମ୍ମୁରୁ ଶ୍ରୀନଗର ସ୍ଥାନାନ୍ତର କରାଯାଏ। ଶ୍ରୀନଗର ଜାମ୍ମୁ କାଶ୍ମୀରର ଗ୍ରୀଷ୍ମ ରାଜଧାନୀ। ତେବେ ଚଳିତ ବର୍ଷ ଜୁନ୍ 15 ଯାଏଁ ଦରବାର ମୁଭ୍ ହୋଇପାରିବ ନାହିଁ ବୋଲି ସ୍ଥାନୀୟ ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି। କୋରୋନା ପାଇଁ ଯେଉଁ କର୍ମଚାରୀ ଯେଉଁଠାରେ କାମ କରୁଛନ୍ତି ସେହି ଠାରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାନୁଯାୟୀ, 1872 ମସିହାରେ ଜମ୍ମୁ କାଶ୍ମୀରର ତତ୍କାଳୀନ ରାଜା ରଣବୀର ସିଂହ ଦରବାର ମୁଭ୍ ପରମ୍ପରା ଆରମ୍ଭ କରିଥିଲେ। ଏହି ପରମ୍ପରା ଅନୁଯାୟୀ, ଜାମ୍ମୁ କାଶ୍ମୀରର ରାଜଧାନୀ 6 ମାସ ଜାମ୍ମୁରେ ଏବଂ 6 ମାସ ଶ୍ରୀନଗରରେ ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସେବେଠାରୁ ପ୍ରତିବର୍ଷ ଦରବାର ମୁଭ୍ ଅନୁଷ୍ଠିତ ହୋଇ ଆସିଛି। ତେବେ ବହୁ ପ୍ରତିକୂଳ ସ୍ଥିତିରେ ଏହି ପରମ୍ପରାକୁ ରୋକାଯାଇ ନଥିଲା। ଚଳିତ ବର୍ଷ କୋରୋନା ଭୟାବହତା କାରଣରୁ ଏହି ପରମ୍ପରା ସ୍ଥଗିତ ରଖାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top