ଦେଶ

କୋରୋନା ଭ୍ୟାକ୍ସିନ ପାଇଁ ଭାରତ ସହ ହାତମିଳାଇଲା ଅଷ୍ଟ୍ରେଲିଆ

ଅର୍ଗସ ବ୍ୟୁରୋ : ଭାରତ ଅଷ୍ଟ୍ରେଲିଆର ମିଳିତ ସହଯୋଗରେ ପ୍ରସ୍ତୁତ ହେଉଛି କୋରୋନା ଭ୍ୟାକ୍ସିନ । କରୋନା ଟିକା ପାଇଁ ଅଷ୍ଟ୍ରେଲିଆ ଗବେଶକଙ୍କ ସହ ହାତ ମିଳାଇଛି ଭାରତର ହାଇଦ୍ରାବାଦ ଫାର୍ମ । କରୋନା ଭାଇରସର ଟିକା ବିକଶିତ କରିବା ପାଇଁ ହାଇଦ୍ରାବାଦ ସ୍ଥିତ ଭାରତର ଇମ୍ୟୁନୋଲୋଜିକାଲ ଲିମିଟେଡ଼ , ଅଷ୍ଟ୍ରେଲିଆର ଗ୍ରିଫଥ ୟୁନିଭରସିଟି ସହ ଏବେ ହାତ ମିଳାଇଛି । ଖୁବ ଶୀଘ୍ର ଏହାର ଟିକା ବିକଶିତ ହେବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି ।

ଉଭୟ ରାଷ୍ଟ୍ରର ଗବେଶକମାନେ କୋଡନ ଡି ଅପଟିମାଇଜେସନ କୈାଶଳ ଅଭଲମ୍ବନ କରି କୋଭିଡ-୧୯ର ଟୀକା ପ୍ରସ୍ତୁତ କରିବାକୁ ଗବେଷଣା ଚଳାଇଛନ୍ତି । ଏହି କୈାଶଳ ଦ୍ୱାରା ଗବେଶକମାନେ ଏପରି ଟିକା ପ୍ରସ୍ତୁତ କରିବାକୁ ଯାଉଛନ୍ତି ଯାହାକୁ ମଣିଷ ଉପରେ ମାତ୍ର ଗୋଟିଏ ଡୋଜ ପ୍ରୟୋଗ କରି କରୋନା ଭାଇରସ ଉପରେ ବିଜୟପ୍ରାପ୍ତ କରିହେବ । ଗବେଷଣା ସମାପ୍ତ ହେଲା ପରେ ଟିକାର ମୂଳ ଉତ୍ସ ହାଇଦ୍ରବାଦ ସ୍ଥିତ ଆଇଆଇଏଲ୍‌କୁ ପଠାଇ ଦିଆଯିବ । ଏହାପରେ ସେଣ୍ଟ୍ରାଲ୍‌ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍‌ ଅର୍ଗାନାଇଜେସନରେ ଏହାର କ୍ଲିନିକାଲ ଟ୍ରାଏଲ କରାଯିବ । ବର୍ତ୍ତମାନ କରୋନା ଭାଇରସ ପାଇଁ କୈାଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି ବାହାରି ନାହିଁ । ତେବେ ଅନେକ ଦେଶ ଏଥିପାଇଁ ସେମାନଙ୍କର ଗବେଷଣା ଓ କ୍ଲିନିକାଲ ଟ୍ରାଏଲ ଜାରି ରଖିଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରକାଶ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top