ନ୍ୟୁଜ୍

କୋରୋନା ମୁକାବିଲା : ବ୍ରହ୍ମପୁରରେ ବ୍ୟାପକ ବ୍ୟବସ୍ଥା, ବାହାରକୁ ଯିବାକୁ ହେଲେ ନିକଟସ୍ଥ ଥାନାକୁ ଯୋଗାଯୋଗ କରିବେ ସ୍ଥାନୀୟ ଲୋକେ

ବ୍ରହ୍ମପୁର : କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଥିବା ବେଳେ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଆସନ୍ତା 29 ଯାଏଁ 14ଟି ଜିଲ୍ଲାରେ ଲକଡାଉନ ମଧ୍ୟ ଘୋଷଣା କରାଯାଇଛି। ଏହି କ୍ରମରେ କୋରୋନା ମୁକାବିଲା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। କୋରୋନା ସଂକ୍ରମଣ ଯେପରି ଆହୁରି ଅଧିକ ନବ୍ୟାପେ ସେଥିପାଇଁ ଜନସମାଙ୍ଗମକୁ ବିରୋଧ କରାଯାଇଛି। ଆଜି ସକାଳ ଠାରୁ ବ୍ରହ୍ମପୁରରେ ପୋଲିସ ଗାଡ଼ି, ପ୍ରଶାସନିକ ଗାଡ଼ି, ଆମ୍ବୁଲାନ୍ସକୁ ଛାଡ଼ି ଦେଲେ ରାସ୍ତାରେ ଅନ୍ୟ କୌଣସି ଯାନବାହନ ଯାତାୟତ କରିପାରିବେ ନାହିଁ। ଏହା ଛଡ଼ା ଜରୁରୀକାଳିନ ସ୍ଥିତିରେ ଜିନିଷ କିଣିବା ପାଇଁ ଲୋକମାନେ ଚାଲିଚାଲି ଯାଇ ଜିନିଷ କିଣି ପାରିବେ ବୋଲି ବ୍ରହ୍ମପୁର ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

କୋରୋନା ସଂକ୍ରମଣ ରୋକିବାକୁ ବ୍ରହ୍ମପୁର ବଡ଼ ନିଷ୍ପତ୍ତି ନେଇଛି। ଆଜି ସକାଳ ଠାରୁ ବ୍ରହ୍ମପୁରରେ ଯାହାର ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଔଷଧ କିମ୍ବା ଗ୍ରୋସରୀ ଜିନିଷ କିଣିବାର ଅଛି ତେବେ ସେମାନେ ଚାଲିଚାଲି ଯାଇ ଦୋକାନରୁ ଆଣିବେ। ରାସ୍ତାରେ ପୋଲିସ ଗାଡ଼ି, ପ୍ରଶାସନିକ ଗାଡ଼ି, ଆମ୍ବୁଲାନ୍ସକୁ ଛାଡ଼ିଦେଲେ ଅନ୍ୟ କୌଣସି ଗାଡ଼ି ଯାତାୟତ କରିପାରିବେ ନାହିଁ। ସେହିପରି ମୋଟୋର ସାଇକେଲ ଉପରେ ମଧ୍ୟ କଟକଣା ଲାଗିଛି। ଯଦି କାହାର ବାହାରକୁ ଯିବା ଜରୁରୀ ହୋଇ ପଡ଼ିଲା ତେବେ ସେମାନେ ନିକଟସ୍ଥା ଥାନାକୁ ଯୋଗାଯୋଗ କରିବେ। ସ୍ଵାସ୍ଥ୍ୟଗତ ସମସ୍ୟା ହେଲେ 108କୁ ଫୋନ କରିପାରିବେ। ଯଦି ଅନ୍ୟ କିଛି ଆବଶ୍ୟକ ପଡ଼େ ତେବେ ପୋଲିସ ପକ୍ଷରୁ ବିଭିନ୍ନ ପୋଲିସ ଅଧିକାରୀଙ୍କ ନମ୍ଵର ଜାରି କରାଯାଇଛି। ଏହି ସବୁ ନିୟମ ଗୁଡ଼ିକୁ ମାନିବା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ତେବେ ଯଦି କେହି ଏହି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top