ଦେଶ

କୋରୋନା ମୁକାବିଲା : 80 କୋଟି ଲୋକଙ୍କୁ 2 ଟଙ୍କାରେ ମିଳିବ ଗହମ

ନୂଆଦିଲ୍ଲୀ : କୋରୋନା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଦେଶରେ ଲକଡାଉନ ଘୋଷଣା କରାଯାଇଛି। ଏହି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। 80 କୋଟି ଲୋକଙ୍କୁ ଶସ୍ତାରେ ଗହମ ଦିଆଯିବ ବୋଲି ଆଜିର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଏବେ ଦେଶର 80 କୋଟି ଲୋକଙ୍କୁ କିଲୋ ପ୍ରତି 2ଟଙ୍କା ହିସାବରେ ଗହମ ଓ କିଲୋ ପ୍ରତି 3 ଟଙ୍କା ହିସାବରେ ଚାଉଳ ଦିଆଯିବ। କୋରୋନା ମୁକାବିଲା ପାଇଁ ଆସନ୍ତା 3 ମାସ ଯାଏଁ ଏହି ନିୟମ ଲାଗୁ କରାଯିବ। ଅପର ପକ୍ଷରେ କୌଣସି ପ୍ରକାରର ଗୁଜବ ଉପରେ ବିଶ୍ଵାସ ନକରିବା ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡ଼େକର ଅପିଲ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top