ଖେଳ

କ୍ରିକେଟର ମହାନାୟକ ସଚିନ ତେନ୍ଦୁଲକରଙ୍କ 47ତମ ଜନ୍ମ ଦିବସ

ନୂଆଦିଲ୍ଲୀ : ଆଜି କ୍ରିକେଟର ମହାନାୟକ ସଚିନ ତେନ୍ଦୁଲକରଙ୍କ 47ତମ ଜନ୍ମଦିବସ। ସାରା ବିଶ୍ଵ ଏବେ କୋରୋନା ସଙ୍କଟ ଦେଇ ଗତିକରୁଥିବା ବେଳେ ଚଳିତ ବର୍ଷ ଜନ୍ମଦିନ ପାଳନ କରି ନାହାଁନ୍ତି ସଚିନ। ତେବେ କ୍ରିକେଟପ୍ରେମୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

1988 ଡିସେମ୍ଵର 11ରେ ରଣଜୀ ଟ୍ରଫିରେ 15 ବର୍ଷରେ ସଚିନ ପ୍ରଥମ ଥର ମ୍ୟାଚ ଖେଳିବାକୁ ଯାଇଥିଲେ। କମ୍ ଉଚ୍ଚତା ଥିବା ଏହି କ୍ରିକେଟର ଜଣକ ପରବର୍ତ୍ତୀ ମୁହୂର୍ତ୍ତରେ ଭାରତୀୟ କ୍ରିକେଟ ଜଗତ ପାଇଁ ପ୍ରେରଣା ପାଲଟିଥିଲେ। ସଚିନ ତେନ୍ଦୁଲକର ଏହି ସ୍ଥାନରେ ପହଁଚିବା ପାଇଁ ତାଙ୍କ ପଛରେ ତାଙ୍କ ପିତା ରମେଶଙ୍କ ଅବଦାନ ଥିଲା।

ରମାକାନ୍ତ ଆଚରେକର ସଚିନଙ୍କ ଗୁରୁ ଥିଲେ। ୧୯୮୯, ନଭେମ୍ବର ୧୫ ତାରିଖରେ ମାତ୍ର ୧୬ ବର୍ଷ ବୟସରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିବା ସଚିନ ଆଜି ଯେଉଁ କୀର୍ତ୍ତିମାନ ଅର୍ଜନ କରିଛନ୍ତି, ତାହା ହୁଏତ ବିଶ୍ୱର କୌଣସି ବ୍ୟାଟ୍ସମ୍ୟାନ୍ ହାସଲ କରିପାରିନାହାନ୍ତି। ଆନ୍ତର୍ଜାତୀୟ କ୍ରିକେଟରେ ସଚିନଙ୍କ ନାଁରେ ମୋଟ ୩୪,୩୫୭ ରନ୍ ରହିଛି। ସଚିନ ୨୦୦ ଟେଷ୍ଟରେ ୧୫,୯୨୧ ରନ୍‌, ୪୬୩ ଦିନିକିଆରେ ୧୮୪୨୬ ରନ୍ ଏବଂ ଏକମାତ୍ର ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ୧୦ ରନ୍ କରିଛନ୍ତି। ଏହାଛଡ଼ା ସଚିନ ଭାରତ ପକ୍ଷରୁ ୬ଟି ବିଶ୍ୱକପରେ ପ୍ରତିନିଧିତ୍ୱ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top