ନ୍ୟୁଜ୍

କ୍ୟାନସରରେ ମୃତ୍ୟୁ ବରଣ କଲେ ବଲିଉଡ ଅଭିନେତା ମୋହିତ ବାଗେଲ୍

ଅର୍ଗସ ବ୍ୟୁରୋ : କ୍ୟାନସରରେ ମୃତ୍ୟୁ ବରଣ କରିଛନ୍ତି ବଲିଉଡ ଅଭିନେତା । ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ରେଡିର ଅଭିନେତା ମୋହିତ ବାଗେଲ୍ କର୍କଟ ରୋଗରେ ମୃତ୍ୟୁବରଣ କରିଛନ୍ତି । ଫିଲ୍ମ ରେଡିରେ ସଲମାନ ଖାନଙ୍କ ସହ କାମ କରିଥିବା ମୋହିତ ବାଗେଲ୍ ଶନିବାର ମଥୁରାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ କର୍କଟ ରୋଗ ସହ ଲଢୁଥିଲେ ।

ଟିଭି ଏବଂ ଚଳଚ୍ଚିତ୍ର ଅଭିନେତା ମୋହିତ ବାଗେଲ ନିଜ ସହର ମଥୁରାରେ ମୃତ୍ୟୁବରଣ କରିଛନ୍ତି। ଏହି ଅଭିନେତା ସଲମାନ ଖାନଙ୍କ 2011ର ରିଲିଜ ହୋଇଥିବା ଚଳଚ୍ଚିତ୍ର ରେଡିରେ କାମ କରିଥିଲେ । ଏହାସହ ସେ ବଲିଉଡ ଷ୍ଟାର ପରିଣୀତି ଏବଂ ସିଦ୍ଧାର୍ଥଙ୍କ ସହ ଜାବରିଆ ଯୋଡି(2019) ରେ କାମ କରିଥିଲେ । ତାଙ୍କ ମୃତ୍ୟୁରେ ଫିଲ୍ମ ପ୍ରଡ୍ୟୁସର ରାଜ ଶାନ୍ଦଲିୟା, ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ସମେତ ବଲିଉଡ ସେଲିବ୍ରିଟିମାନେ ସୋସିଆଲ ମିଡିଆ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ମୋହିତ ବାଗେଲ ରିୟଲିଟି ସୋ ଚୋଟ ମିୟାନରୁ ତାଙ୍କ କ୍ୟାରିୟର୍ ଆରମ୍ଭ କରିଥିଲେ । ତାଙ୍କୁ ସଲମାନ ଖାନ ନଜର ଆସିଥିଲେ ଏବଂ ତାଙ୍କ ସହ 2011 ଚଳଚ୍ଚିତ୍ର ରେଡିରେ କାମ କରିବା ପାଇଁ ସୁଯୋଗ ଦେଇଥିଲେ। ଏହାସହ ପାରିଣୀତି ଚୋପ୍ରା ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଜାବରିଆ ଯୋଡିରେ ମଧ୍ୟ ସେ କାମ କରିଥିଲେ । ଚଳଚ୍ଚିତ୍ର ନିର୍ମାତା ରାଜ ଶାନ୍ଦିଲିଆ ତାଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ମୋହିତଙ୍କୁ ଦସ୍ତଖତ କରିଥିବା ଟ୍ୱିଟରେ ପ୍ରକାଶ କରିଛନ୍ତି ।। ହେଲେ ଆଜିର ଏହି ଦୁଃଖଦ ଖବର ଶୁଣି ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top