ରାଜ୍ୟ

ଖବର କାଗଜ ଅତ୍ୟାବଶ୍ୟକ ସେବା: ହକରଙ୍କୁ 3 ଘଣ୍ଟା ସମୟ

ଭୁବନେଶ୍ୱର: ଖବର କାଗଜକୁ ଅତ୍ୟାବଶ୍ୟକ ସେବାରେ ଅନ୍ତର୍ଭୁକ୍ତ କରିଛନ୍ତି ରାଜ୍ୟ ସରକାର । କୋରୋନା ମୁକାବିଲା ସମୟରେ ସଚେତନତା ନିହାତି ଜରୁରୀ ହୋଇଥିବା ବେଳେ ଖବର କାଗଜ ଏକ ଉତ୍ତମ ମାଧ୍ୟମ ବୋଲି ସରକାର ଚିନ୍ତା କରିବା ସହ ଏପରି ନିଷ୍ପତ୍ତି ନେଇଥିବା ନେଇ ଆଜି ସୂଚନା ଦେଇଥିଲେ ସୁବ୍ରତ ବାଗଚୀ । ସେପଟେ ଏହାକୁ ନେଇ ରାଜ୍ୟ ସରକାରଙ୍କ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ନ୍ୟୁଜ୍‌ ପେପର ପରିବହନ କରୁଥିବା ଗାଡ଼ି ପାଇଁ କୌଣସି ପ୍ରତିବନ୍ଧକ ନଥିବା ବେଳେ ସେଗୁଡ଼ିକ ଅନାୟାସରେ ଯା, ଆସ କରିପାରିବେ । ଏହାସହ ଖବର କାଗଜ ବିକ୍ରି କରୁଥିବା ଦେକାନ କେବଳ ସକାଳ 7ରୁ 9 ଯାଏ ଖୋଲାରହିବ  ।

ସେପଟେ ହକରମାନଙ୍କୁ 3 ଘଣ୍ଟାର ସମୟ ଦେଇଛନ୍ତି ସରକାର । ସେମାନେ ଭୋର 4ଟାରୁ ଖବର କାଗଜ କଲେକ୍ସନ କରିବା ସହ ସକାଳ 7ଟା ପର୍ଯ୍ୟନ୍ତ ବିତରଣ କରିପାରିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top