ଦେଶ

ଗୋଟିଏ ପରିବାରରୁ 19 ସଦସ୍ୟ କୋରୋନା ପଜେଟିଭ୍, ସମ୍ପୂର୍ଣ୍ଣ ଅଞ୍ଚଳ ସିଲ୍

ଅର୍ଗସ ବ୍ୟୁରୋ : ଉତ୍ତର ପ୍ରଦେଶର ସନ୍ତକବୀରନଗର ଜିଲ୍ଲାରେ ଗୋଟିଏ ପରିବାରର 19 ଜଣ ସଦସ୍ୟ କୋରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛନ୍ତି। ଡିଏମଙ୍କ ସହିତ ଅନ୍ୟ ଜିଲ୍ଲା ଅଧିକାରୀ ସମ୍ପୂର୍ଣ୍ଣ ନଗର ପଞ୍ଚାୟତ କ୍ଷେତ୍ର ମଗହରକୁ ହଟସପଟ ଅଞ୍ଚଳ ଘୋଷଣା କରି ସିଲ୍ କରିଛନ୍ତି।

ସୂଚନାନୁଯାୟୀ, ମାର୍ଚ୍ଚ 27ରେ ବହୁ ସଂଖ୍ୟାରେ ଛାତ୍ର ଦେୱବନ୍ଦରୁ ସନ୍ତକବୀରନଗର ଆସିଥିଲେ। ସେମାନଙ୍କ ମଧ୍ୟରୁ 25 ଜଣ ଛାତ୍ର ନମୁନା ଯାଂଚ୍ କରିବାକୁ ଆସିଥିଲେ। ଯାଂଚ୍ ପରେ ମଗହରର ଶେରପୁର ରେହରୱା ନିବାସୀ ଜଣେ 23 ବର୍ଷୀୟ ଯୁବକ କୋରୋନା ପଜେଟିଭ୍ ଚିହ୍ନଟ ହୋଇଥିଲେ।

ଏହାପରେ ସଂକ୍ରମିତ ଛାତ୍ରଙ୍କ ପରିବାରର 29 ଜଣ ସଦସ୍ୟଙ୍କ ନମୁନା ଯାଂଚ୍ କରାଯାଇଥିଲା। ଫଳରେ ଗତକାଲି ବିଳମ୍ବିତ ରାତ୍ରୀରେ 19 ଜଣ ସଦସ୍ୟ କୋରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ୟୁପିରେ ଏଯାବତ୍ 1604ଟି କେସ୍ ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 24 ଜଣଙ୍କର ମୃତ୍ୟୁ ଘଟିଲାଣି। ସେହିପରି 206 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top